କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଭୁବନେଶ୍ୱର / ନୂଆଦିଲ୍ଲୀ : କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାର ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର।

ଗୋଟିଏ ପଟେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରୁଥିବାବେଳେ ଅନ୍ୟପଟେ ରାଜ୍ୟରେ ୯ ହଜାର କୋଟିର ଉପକୂଳ ରାଜପଥ ପ୍ରକଳ୍ପକୁ କରାଇ ନଦେବାକୁ ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛି ବିଜେଡି।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏଭଳି  ଅଭିଯୋଗ ଠିକାଦାର ପ୍ରାୟୋଜିତ। ଓଡ଼ିଶା ସରକାର କୋଷ୍ଟାଲ ହାଇୱେ ନିର୍ମାଣ ଚାହୁଁଛନ୍ତି। ହେଲେ ପ୍ରକଳ୍ପ ନେଇ କେନ୍ଦ୍ର ରାଜ୍ୟକୁ ବିସ୍ତୃତ ତଥ୍ୟ ଦେଇନି କି ଆଲୋଚନା ବି କରିନି।

 

You might also like