• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ୧୮/ ୫/୨୦୨୧ରେ ଆରମ୍ଭ ହୋଇ ୧୨/୬/୨୦୨୧ ପରୀକ୍ଷା ସରିବ। ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ।  ଥିଓରୀ ବି ଏହି ତାରିଖ ମଧ୍ୟରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତା ସହିତ ୨୮/୫/୨୦୨୧ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରେଜଲ୍ଟ କେବେ ପ୍ରକାଶ ହେବ ସେନେଇ ଏପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏଥର ସାଇନ୍ସ ପରୀକ୍ଷା ଇଂରାଜୀରୁ ଆରମ୍ଭ ନ ହୋଇ ଫିଜିକ୍ସରୁ ଆରମ୍ଭ ହେବ। କାରଣ ଯେଉଁ ପିଲାମାନେ ଅଲଗା ଏଣ୍ଟ୍ରାନ୍ସ ବା ସେଣ୍ଟ୍ରାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେହି ପରୀକ୍ଷାଗୁଡ଼ିକର ତାରିଖ ଦେଖି ସେମାନଙ୍କର ସୁବିଧା ପାଇଁ ଏପରି ନିଷ୍ପତ୍ତି ହୋଇଛି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆଜି ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

https://youtu.be/gwm5E9zPvwo

 

Odisha-govt-announces-plus-ii-exam-2021-schedule
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories