ପଞ୍ଚଦଶ ଅର୍ଥ କମିଶନଙ୍କୁ ସାକ୍ଷାତ କରିବେ ରାଜ୍ୟ ସରକାର

ପଞ୍ଚବାର୍ଷିକ ଯୋଜନା ନେଇ ଦିଆଯିବ ଦାବି ପତ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଆଜି ଅର୍ଥ କମିଶନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବିପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

୨୦୨୦ରୁ ୨୦୨୫ମସିହା, ଏହି ୫ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ କେଉଁ ଯୋଜନା କରାଯିବ ଓ କେତେ ଅର୍ଥ ବ୍ୟୟ କରାଯିବ, ସେ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଅର୍ଥ କମିଶନ ଆଲୋଚନା କରୁଛନ୍ତି।

ଗତକାଲି କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂଙ୍କ ନେତୃତ୍ୱରେ ୧୭ ଜଣିଆ ଟିମ୍ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ଆଲୋଚନା କରିଥିଲେ। ପ୍ରଥମେ ପଞ୍ଚାୟତ, ପୌର ପରିଷଦ ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ବିକାଶ ସମ୍ପର୍କିତ ମତ ଲୋଡିଥିଲେ କମିଶନ।

ଏହାପରେ କମିଶନ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚ୍ୟାମ୍ବର୍ସ ଅଫ କମର୍ସ, ବ୍ୟବସାୟୀ ସଂଘର ପ୍ରତିନିଧିଙ୍କୁ ଭେଟିଥିଲେ। ସଂଧ୍ୟାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଠାରୁ ମଧ୍ୟ ମତ ସଂଗ୍ରହ କରିଥିଲେ।

You might also like