• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଆଜିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ।

ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ମୋ ସରକାର କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି। ଏହାସହ ୫ଟି ଦ୍ୱାରା ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି।

ରାଜ୍ୟରେ ଦାରିଦ୍ୟ ଦୂରୀକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା ସାଙ୍ଗକୁ ଐତିହ୍ୟ ଓ ପରମ୍ପରା ବଜାୟ ରଖିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ ଲାଗି ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଥିବା ରାଜ୍ୟପାଳ କହିଛନ୍ତି।

ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଇଛି। ସେହିପରି କୃଷି ଓ କୃଷକଙ୍କ ବିକାଶ ପାଇଁ କାଳିଆ ଯୋଜନା ସହାୟକ ହୋଇଛି।

କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବା ଲାଗି ତାଙ୍କ ସରକାର ପଦକ୍ଷେପ ନେଇଥିବା ରାଜ୍ୟପାଳ କହିଛନ୍ତି। କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ଲୋକେ ମାଗଣା ଚିକିତ୍ସା ସୁବିଧା ପାଉଥିବା ସେ କହିଛନ୍ତି।

ଶିକ୍ଷାର ବିକାଶ ଲାଗି ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଆହୁରି ୩୬ଟି ଖୋଲାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଏହାସହ ସ୍କୁଲ ସ୍ତରରୁ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ମାମଲାର ତ୍ୱରିତ ଫଇସଲା ପାଇଁ ୬ଟି ବିଭିନ୍ନ ପ୍ରକାର କୋର୍ଟ ପ୍ରତିଷ୍ଠା ହୋଇଥିବା ରାଜ୍ୟପାଳ କହିଛନ୍ତି। ଏହାସହ ୨୦୨୦ରେ ୫୧ଜଣ ଜଜ୍‌ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଅଭିଭାଷଣରେ ସୂଚନା ଦେଇଛନ୍ତି ରାଜ୍ୟପାଳ।

https://youtu.be/J_uT94vDAso

Odisha-governor-ganeshi-lal-addresses-house-with-the-beginning-of-assembly-budget-session
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories