ଚାଷୀଙ୍କୁ ରାଜ୍ୟ ସରକାର ଦେବେ ଅାଣ୍ଡ୍ରଏଡ୍‌ ଫୋନ୍

ଭୁବନେଶ୍ୱର : ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରୁ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରତି ଜିଲ୍ଲାର ପ୍ରାୟ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦିଆଯିବ। ଏଥିପାଇଁ  ୩ କୋଟି ଟଙ୍କା ବ୍ୟୟ ବରାଦ ସହିତ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିବା ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆଗରୁ ମଧ୍ୟ ଚାଷୀଙ୍କୁ ମୋବାଇଲ ଯୋଗାଇ ଦେଇଥିଲେ ରାଜ୍ୟ ସରକାର।

You might also like