• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ମଦ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ବାହାର କରାଯାଇଛି ଗଳାବାଟ। ଏଣିକି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମେଗା ଇଭେଣ୍ଟ୍‌ ବେଳେ ମଦ କାରବାର ସମୟ ବଢ଼ାଯିବ। ଏଥିଲାଗି ଓଡ଼ିଶା ଅବକାରୀ ନିୟମାବଳୀରେ ସଂଶୋଧାନ କରାଯାଇଛି।

ରାଜ୍ୟରେ ମଦ ବିରୋଧରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲୁଛି। କେଉଁଠି ମଦ ଦୋକାନକୁ ବିରୋଧ କରୁଛନ୍ତି ତ ଆଉ କେଉଁଠି ନିଶା ନିବାରଣ ପାଇଁ ଶୋଭାଯାତ୍ରା କରାଯାଉଛି।
ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ବିୟର୍ ବଟ୍ଲିଂ ପ୍ଲାଣ୍ଟ୍‌ ପାଇଁ ବଳି ପଡ଼ିଲା ଶହ ଶହ ଗଛ। ଏତେ ସବୁ ଘଟଣା ଘଟିବା, ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ବି ରାଜ୍ୟ ସରକାରଙ୍କ ମଦ ରାଜସ୍ୱ ପ୍ରୀତି କିନ୍ତୁ କମୁନାହିଁ।

[caption id="attachment_41752" align="aligncenter" width="840"] picture credit-www.mdanderson.org[/caption]

ମଦ ବିକ୍ରି ପାଇଁ ଅବକାରୀ ବିଭାଗ ବଢ଼ାଇଥିବା ସମୟ ଅନୁସାରେ,
ଅନ୍ ଶପ୍, ବାର୍ ଆଦି ସ୍ଥାନରେ ଦିନ ୧୨ଟାରୁ ରାତି ଗୋଟାଏ ୩୦ ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ। ଏହା ପୂର୍ବରୁ ରାତି ୧୨ଟା ଯାଏ ମଦ ବିକ୍ରି ବ୍ୟବସ୍ଥା ଥିଲା। ହକି ବିଶ୍ୱକପ୍ ଦୃଷ୍ଟିରୁ ବର୍ତ୍ତମାନ ଏହା କେବଳ ଭୁବନେଶ୍ୱରରେ ଲାଗୁ ହୋଇଛି।

ନଭେମ୍ବର୍‌ରୁ ୨୦ ତାରିଖରୁ ଡିସେମ୍ବର୍ ୨୦ ପର୍ଯ୍ୟନ୍ତ ଅନ୍ ସପ୍ ଓ ବାର୍ ରାତି ଗୋଟାଏ ୩୦ ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅବକାରୀ ବିଭାଗ, ଅବକାରୀ କମିଶନଙ୍କୁ ଚିଠି ଲେଖିଛି।

ରାଜ୍ୟର ୫ ମହାନଗର ସମେତ ପୁରୀ ସହରରେ କୌଣସି ମେଗା ଇଭେଣ୍ଟ୍‌ ହେଲେ ସେଠାରେ ବି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

ତେବେ  ଅବକାରୀ ବିଭାଗର ଏହି ନିଷ୍ପତ୍ତିକୁ ନିଶା ନିବାରଣ ସଂଘ ବିରୋଧ କରିଛି।
ସେହିଭଳି ବିରୋଧୀ ଦଳ ମଧ୍ୟ ରକାରଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି।

ସୂଚନାନୁସାରେ, ମଦ କାରବାରରୁ ରାଜ୍ୟ ସରକାର ବର୍ଷକୁ ପାଖାପାଖି ୩ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଉଛନ୍ତି। ଆଉ ଏବେ ମେଗା ଇଭେଣ୍ଟ୍ ନାଁରେ ମଦ କାରବାରକୁ ପ୍ରୋତ୍ସାହନ ଦେଇଛନ୍ତି। ଏହାପରେ ମଦ ବିରୋଧୀ ଆନ୍ଦୋଳନ ତେଜିବାର ଆଶଙ୍କା ମଧ୍ୟ ରହିଛି।

https://youtu.be/DP6lSRtxbj8

 

Odisha-government-tweaks-liquor-norms-for-hockey-world-cup
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories