ବଦଳିଲେ ସାତକୋଶିଅା ଡିଏଫ୍ଓ

ବାଘୁଣୀ ସୁନ୍ଦରୀକୁ ନେଇ ବିବାଦ ପରେ ବଦଳି ଚର୍ଚ୍ଚା

ଅନୁଗୁଳ : ବଦଳିଲେ ସାତକୋଶିଅା ଡିଏଫ୍ଓ । ସାତକୋଶିଅା ଡିଏଫ୍ଓ ଏମ୍.ଏମ୍. ଟି ରେହମାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରକାର । ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ କାରଣରୁ ତାଙ୍କ ବଦଳି ହୋଇଥିବା ଚର୍ଚ୍ଚା ହେଉଛି ।

ରେହମାନଙ୍କ ସ୍ଥାନରେ ଅାଉ କାହାକୁ ସେଠାକୁ ପଠାଯିବ, ସେ ନିଷ୍ପତ୍ତି ହୋଇନାହିଁ । ବାଘୁଣୀ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ପରେ ଉତ୍ତ୍ୟକ୍ତ ଲୋକେ ସାତକୋଶିଅା ଓ ଏହାର ଅାଖପାଖ ଅଞ୍ଚଳରେ ଲଙ୍କାକାଣ୍ଡ ଭିଅାଇଥିଲ । ଉତ୍ତେଜନାତ୍ମକ ସ୍ଥିତି ଓ ବାଘ ସ୍ଥାନାନ୍ତରଣ ପ୍ରକଳ୍ପର ଭବିଷ୍ୟତକୁ ଦେଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

ସେପଟେ ସାତକୋଶିଅାର ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଅାସନ୍ତା ସପ୍ତାହରେ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ସାତକୋଶିଅା ଅଭୟାରଣ୍ୟ ବାସିନ୍ଦାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା କାର୍ଯ୍ୟାକ୍ରମ ରହିଛି ।

You might also like