କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ ବୋଲି କହିଲା ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ ବୋଲି କହିଲା ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ। କୁକୁଡ଼ା ମାଂସ ଦ୍ୱାରା କରୋନା ବ୍ୟାପିବା ନେଇ କିଛି ବୈଜ୍ଞାନିକ ପ୍ରମାଣ ନାହିଁ। ଉପଲବ୍ଧ ତଥ୍ୟକୁ ଭିତ୍ତିକରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ବୋଲି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।ତେବେ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛଇ।

ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅଣ୍ଡା ଓ ଚିକେନ ଖାଇବାକୁ ନେଇ କୌଣସି ତଥ୍ୟ ଜାରି କରାଯାଇ ନାହିଁ। କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ କିମ୍ବା ତା’ଠୁ ଭୟଙ୍କର ଅନ୍ୟ କୌଣସି ରୋଗ ସଂକ୍ରମଣର ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ବିଗତ ଦିନମାନଙ୍କରେ ଘଟିଯାଇଥିବା କରୋନା ଭୂତାଣୁ ସଂକ୍ରମଣ କିମ୍ବା କରୋନା ସମ୍ବନ୍ଧୀୟ ସାଧାରଣ ଥଣ୍ଡାକାଶ କେବେବି କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ବ୍ୟାପି ନଥାଏ। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ। ତେଣୁ ଅଯଥା ଭୟଭୀତ ନ ହେବାକୁ ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ କହିଛି।

 

You might also like