ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର : ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ।  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ।  ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି ଉପରେ ଗୁରୁତ୍ୱ ଦିଅାଯାଇପାରେ।

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଘୋଷଣା କରିଥିଲେ ମଧ୍ୟ ଏଥିପାଇଁ ବ୍ୟୟବରାଦ ହୋଇନଥିଲା। ଅାଜିର ଅତିରିକ୍ତ ବଜେଟରେ ଏନେଇ ବ୍ୟୟବରାଦ କରାଯିବ।  ଅାଗକୁ ନିର୍ବାଚନ ଥିବାରୁ ସରକାର ଅାଗକୁ ଅାଣିବାକୁ ଥିବା ନୂଅା ସ୍କିମ୍‌ ପାଇଁ ମଧ୍ୟ ବ୍ୟୟବରାଦ ହୋଇପାରେ।

ଗତ ୨୩ ତାରିଖରେ ଅତିରିକ୍ତ ବଜେଟ ନେଇ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିଥିଲା। ଗତ ଅାର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ପରିମାଣ ପ୍ରାୟ ୧୦ ହଜାର କୋଟି ଟଙ୍କା ଥିବାବେଳେ ଏଥର ଏହା ୧୨ ହଜାର ୭୬୮ କୋଟିରେ ପହଞ୍ଚିଛି।

You might also like