ଡାକ୍ତରଙ୍କୁ ଚେତାବନୀ ଦେଲେ ରାଜ୍ୟ ସରକାର; ଏସବୁ ମାନିବା ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ବେଳେ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍। ବିଭିନ୍ନ ନର୍ସିଂହୋମ୍, ଘରୋଇ କ୍ଲିନିକ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ନିୟମ ଉଲ୍ଲଂଘନ କଲେ କ୍ଲିନିକ୍ ସମେତ ଡାକ୍ତର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗାଇଡ୍‌ଲାଇନ୍ ଅନୁସାରେ କଣ ରହିଛି ନିୟମ:-

  • ଜ୍ୱର ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନ ସୁବିଧା ରହିବ।
  • ହାତ ଧୋଇବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ।
  • ରକ୍ତଚାପ ଉପକରଣ, ଷ୍ଟେଥୋସ୍କୋପ, ଥର୍ମୋମିଟର ବିଶୋଧନ ଜରୁରୀ।
  • ପ୍ରତି ଜଣେ ରୋଗୀଙ୍କ ବ୍ୟବହାର ପରେ ଉପକରଣ ବିଶୋଧନ ହେବ।
  • କ୍ଲିନିକ୍‌କୁ ଆସୁଥିବା ପ୍ରତି ରୋଗୀଙ୍କ ପଞ୍ଜୀକରଣ ହେବ।
  • ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରିବା ଦାୟିତ୍ୱ ଡାକ୍ତରଙ୍କର।
  • ଅବହେଳା କଲେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ପ୍ରକାଶଥାଉକି, ମେଡିକାଲକୁ ମେଡିକାଲ ଡେଇଁବାରେ ଲାଗିଛି କରୋନା। ଏସିସିବି ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଶିଶୁ ଭବନ ସମେତ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ତେବେ କିପରି ସଂକ୍ରମଣକୁ ରୋକାଯାଇପାରିବ, ଏନେଇ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

You might also like