ଭୁବନେଶ୍ୱର : ଏଣିକି ଜରିମାନା ସହ ଜେଲ୍ ବି ଭୋଗିବେ ନିଶାଡ଼ି ଗାଡ଼ି ଚାଳକ। ଦୁର୍ଘଟଣା ହ୍ରାସ ପାଇଁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହେବ ଦଣ୍ଡବିଧାନ।
ରାଜପଥ ସହ ଅନ୍ୟ ରାସ୍ତାରେ ଥିବା ସମସ୍ତ ଟୋଲ୍ ଗେଟ୍ରେ ବ୍ରେଦ୍ ଆନାଲିସିସ୍ ଡିଭାଇସ୍ ସାହାଯ୍ୟରେ ପରୀକ୍ଷା କରି ନିଶାସକ୍ତ ଗାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗିରଫ ହେବାର ଦୁଇଘଣ୍ଟା ଭିତରେ ଡାକ୍ତରଙ୍କ ଦ୍ୱାରା ରକ୍ତ ପରୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରାଯିବ।
ନିଶାଡ଼ି ଚାଳକଙ୍କୁ ଧରିବା ପାଇଁ ଟୋଲ୍ଗେଟ୍ରେ ଲାଗିଥିବା ସିସିଟିଭିର ସାହାଯ୍ୟ ନିଆଯିବ ଏବଂ ଆବଶ୍ୟକ ପଡ଼ିଲେ କୋର୍ଟରେ ସିସିଟିଭି ଫୁଟେଜ୍ ଉପସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି।