ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିଲା ବାର୍ଦ୍ଧକ୍ୟ ଭତ୍ତା। ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି।  ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ଏବେ ୫୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୫ଶହ ଟଙ୍କା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ଭତ୍ତା ପାଇବେ।

ସେହିପରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ୫୦୦ ଟଙ୍କା ଭତ୍ତା ପାଇବେ । ୮୦ ବର୍ଷର ଅଧିକ ବୟସର ବ୍ୟକ୍ତି ୭୦୦ ଟଙ୍କା ପାଇବେ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ସହ ସରକାରଙ୍କ ଅନ୍ୟ କଲ୍ୟାଣକାରୀ ଭତ୍ତା ପାଉଥିବା ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ମଧ୍ୟ ମାସିକ ଅଧିକ ୨୦୦ ଟଙ୍କା ପାଇବେ।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ତେବେ ବର୍ଦ୍ଧିତ ଭତ୍ତା ୨୦୧୯ ମସିହା ଫେବ୍ରୁଆରୀ ମାସ ୧୫ ତାରିଖରୁ ମିଳିବ।

You might also like