ସାପ ଧରିଲେ ଟଙ୍କା ମିଳିବ

ଭୁବନେଶ୍ୱର : ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା। ଗୋଟିଏ ସାପ ଧରିଲେ ଲୋକଙ୍କୁ ୧୦୦ ଟଙ୍କା ମିଳିବ। ଏହା ସହିତ ସାପ ଧରିବା ଲୋକଙ୍କୁ  ବନ ବିଭାଗ ପଞ୍ଜୀକରଣ କରିବ।

ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନ ବିଭାଗ। ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

 

You might also like