ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି। ସଙ୍ଗରୋଧ ସମୟସୀମାକୁ ୧୪ ଦିନରୁ ୨୮ ଦିନକୁ ବଢ଼ାଇଛନ୍ତି ସରକାର। ଏହି ୨୮ ଦିନରୁ ୨୧ ଦିନ ସରକାରୀ କ୍ୱାରେଣ୍ଟିନରେ ବା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବେ। ବାକି ୭ ଦିନ ନିଜ ଘରେ କ୍ୱାରେଣ୍ଟିନରେ ରହିବେ।

ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟର କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ। ବିଭିନ୍ନ କେସ୍‌ରେ ୧୪ ଦିନରେ କରୋନା ଲକ୍ଷଣ ଜଣାପଡ଼ୁନଥିବା ବିଭିନ୍ନ ଦେଖାଯାଇଛି।  ତେଣୁ ଏହି ଅବଧିକୁ ବଢ଼ାଇ ଦିଯାଇଥିବା କୁହାଯାଇଛି।

ଏହାସହ କ୍ୱାରେଣ୍ଟିନ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ହେଲେ। ସବୁଠୁ ବଡ଼ କଥା ହେଉଛି, କ୍ୱାରେଣ୍ଟିନ୍ ସେଣ୍ଟରେ ରହୁଥିବା ଲୋକଙ୍କ ପାଇଁ ପ୍ରୋତ୍ସହନ ରାଶି ଘୋଷଣା କରିଛନ୍ତି ସରକାର।

ଲୋକେ ଚାହିଁଲେ କ୍ୱାରେଣ୍ଟିନ୍‌ ପିରିୟଡରେ ବଗିଚା କାମ, ରଙ୍ଗ ଲଗାଇବା କାମ କରିପାରିବେ। ସେମାନଙ୍କୁ ୨୧ ଦିନରୁ ୧୦ ଦିନ କାମ ଯୋଗାଇ ଦିଆଯିବ। ଏବଂ ଏଥିପାଇଁ  ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ମିଳିବ ବୋଲି ଘୋଷଣା ହୋଇଛି।

ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ଅସନ୍ତୋଷ ଘଟଣା ପରେ ଆଜି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

You might also like