ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ କଲେ ସରକାର

ଓଡ଼ିଶା: ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ହେଲା ଏ ନେଇ  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ  ୨୦୨୦ ମସିହାର ଏପ୍ରିଲ୍, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ଲାଗି ଘୋଷଣା କରାଯାଇଛି। ରାଜ୍ୟର ଯାତ୍ରୀବାହୀ ଯାନଗୁଡ଼ିକ ଲାଗି ଏହି ଟ୍ୟାକ୍ସ ଛାଡ଼ ଘୋଷଣା କରାଯାଇଛି।  ଲକ୍‌ଡାଉନ୍ କାରଣରୁ ଗାଡ଼ି ମାଲିକ ଟ୍ୟାକ୍ସ ଛାଡ଼ ପାଇଁ ଦାବି କରିଥିଲେ।

ସୂଚନାନୁସାରେ, ଘରୋଇ ବସ୍‌ ମାଲିଘ ସଂଘ ସରକାରଙ୍କ ପାଖରେ ଏପ୍ରିଲ୍‌, ମେ ଓ ଜୁନ୍‌ ଏହି ତିନିମାସ ପାଇଁ ରୋଡ୍‌ ଟେକ୍ସ ଛାଡ଼ କରିବା ସହିତ ଇନ୍‌ସ୍ୟୁରାନ୍ସ ଦେୟ ଅବଦ୍ଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ କରିବାକୁ ଦାବି କରିଥିଲେ। ଏନେଇ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ ହୋଇଥିଲେ। ଶେଷରେ ସଂଘର ଦାବିକୁ ମାନି ନେଇଛନ୍ତି ସରକାର।

You might also like