ଏପ୍ରିଲ ୧୮ରୁ ଖରା ଛୁଟି

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ହେବ ଖରାଛୁଟି। ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।   ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

You might also like