ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓଡ଼ିଶା ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି।

୮୮୮.୮୯ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ୧୧୮.୫୬ କୋଟି ଟଙ୍କା ରହିଛି। ସରକାରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରିଲା ପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଉକ୍ତ ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଏହି ସେତୁ ନିର୍ମାଣ ଦ୍ୱାରା ଜିଲ୍ଲାର ବହୁ ପଞ୍ଚାୟତ/ଗ୍ରାମ ଯଥା-ଅଇନ୍ତ, ଗୋପାଳପୁର, କାନିମୂଳ, ବିଶନପୁର, ପୋଷାଳ, ବିଜିପୁର, ସରଲପୁର, ତେନ୍ତୁଳିପଡ଼ା ଇତ୍ୟାଦି ଗାଁରେ ବସବାସ କରୁଥିବା ପ୍ରାୟ ୫୦ ହଜାର ଲୋକ ଉପକୃତ ହେବେ।

You might also like