• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଦୀର୍ଘ ୯ ମାସର ତିକ୍ତ ଅପେକ୍ଷାରେ ପଡ଼ିବ ଅନ୍ତ ଲକ୍ଷଲକ୍ଷ ସିନେପ୍ରେମୀଙ୍କୁ ମୁହଁରେ ଫୁଟିବ ହସ। କରୋନା ଆସିବା ପରଠୁ ରାଜ୍ୟରେ ବନ୍ଦ ପଡ଼ିଥିବା ସିନେମା ହଲ୍ ଖୋଲିବା ନେଇ ରାଜ୍ୟ ସରକାର ଜାନୁଆରୀ ଗାଇଡଲାଇନରେ ଘୋଷଣା ପରେ ଚଳଚଞ୍ଚଳ ହୋଇଛି। ଠପ୍ ପଡ଼ିଥିଲା ସିନେମା ହଲ୍। ରାଜଧାନୀ ଭୁବନେଶ୍ୱରର ହଲ୍ ଖୋଲିବା ନିଷ୍ପତ୍ତି ପରେ ତୁରନ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି ହଲ୍ ମାଲିକ। ଉଭୟ ବାହାର ଓ ଭିତର ପରିବେଶକୁ ଚକାଚକ୍ କରାଯିବା ସହ କୋଭିଡ୍ ଗାଇଡଲାଇନ୍ ଅନୁସାରେ କରାଯାଉଛି ସବୁ ବ୍ୟବସ୍ଥା। ଦର୍ଶକେ ଆସିବା ପୂର୍ବରୁ ଏଠିବି ସଜେଇ ହେଉଛି ସିନେମା ହଲ୍। ସିଟ୍‌ରୁ ବୁକିଂ କାଉଣ୍ଟର ଯାଏଁ ସମସ୍ତେ ଯେମିତି ଦର୍ଶକଙ୍କ ଅପେକ୍ଷାରେ। ହଲ୍ ଖୋଲିବା ନିଷ୍ପତ୍ତି ପରେ ଜୋରସର ପ୍ରସ୍ତୁତି ଚଟାଣ ଓ ଯନ୍ତ୍ରପାତି ସଫାଠୁ ସିଟ୍ ସାନିଟାଇଜ୍ ଯାଏଁ ସବୁ କିଛି ଯୁଦ୍ଧକାଳୀନ ଭିତ୍ତିରେ ଆଗେଇଛି।

ସାନିଟାଇଜର ମେସିନ୍, ହ୍ୟାଣ୍ଡୱାସ୍ ଯାହା ସବୁ ଆବଶ୍ୟକ, ତାହା ଆମେ ରଖିଛୁ। ଆମ କର୍ମଚାରୀ ମଧ୍ୟ ମକଡ୍ରିଲ କରିସାରିଲେଣି। ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ୫୦ ପ୍ରତିଶତ ଯାତ୍ରୀହ୍କୁ ଅନୁମତି ଦେବୁ। ହଲ୍‌ରେ ଗୋଟିଏ ସିଟ୍ ଛାଡ଼ି ଅନ୍ୟ ସିଟ୍‌ରେ ଜଣେ ଦର୍ଶକ ଦେଖିପାରିବେ। ୩ଟି ସିଟ୍ ମଝିରେ ଥିବା ସିଟ୍‌ ଉପରେ ନବସିବା ପାଇଁ ଷ୍ଟିକରିଂ କରାଯିବ।
-ଭାରତ ଚନ୍ଦ୍ର ଭଞ୍ଜଦେଓ, ଚେୟାରମ୍ୟାନ୍, କେଶରୀ ଟକିଜ୍, ଭୁବନେଶ୍ୱର

ସମଗ୍ର ରାଜ୍ୟରେ କରୋନା କାୟା ବିସ୍ତାରିବାରୁ ସଂକ୍ରମଣ ରୋକିବାକୁ ଗତ ମାର୍ଚ୍ଚରୁ ସିନେମା ପ୍ରଦର୍ଶନ ଉପରେ କଟକଣା ଜାରି କରିଥିଲେ ସରକାର। ଫଳରେ ରାଜ୍ୟରେ ପ୍ରାୟ ୧୧୦ରୁ ଅଧିକ ହଲରେ ସେବେଠୁ ତାଲା ଝୁଲୁଛି। ଏପଟେ ବୁଡ଼ି ଯାଇଥିଲା। ଏ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ବେଉଷା ଆଉ ଏବେ କରୋନା ଥମିବାରୁ ପାଖାପାଖି ବର୍ଷକ ପରେ ପୁଣି ଅଣ୍ଟା ସଳଖିବାକୁ ଯାଉଛି ଏ ଶିଳ୍ପ। ହେଲେ ହଲ୍ ଖୋଲିବା ପରେ କେତେ ଦର୍ଶକ ଆସିବେ, ୫୦ ପ୍ରତିଶତ ଦର୍ଶକରେ ଲାଭ ହେବ କି ନାହିଁ, ଏବେ ଫିଲ୍ମ ରିଲିଜ୍ ହେଉନଥିବାରୁ ଦର୍ଶକଙ୍କ ପାଇଁ ପରଦାରେ କଣ ରହିବ? ତାକୁ ନେଇ ଯୋଜନା କରୁଛନ୍ତି ଫିଲ୍ମ ହଲ୍ କର୍ତ୍ତୃପକ୍ଷ।

https://twitter.com/otvkhabar/status/1344668199279738883?s=20

ଏପଟେ ଫିଲ୍ମ ଭଳି ଯାତ୍ରା ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ସରକାର ଗ୍ରୀନ୍ ସିଗ୍ନାଲ ଦେଇଥିବାରୁ ଖୁସିରେ କୁରୁଳି ଉଠିଛନ୍ତି ଯାତ୍ରା କଳାକାର ଓ ଅନୁଷ୍ଠାନ କର୍ତ୍ତୃପକ୍ଷ। କାରଣ କରୋନା କେବେ ଯିବ, ଆଉ ସେମାନଙ୍କ ବୃତ୍ତି କେବେ ସ୍ୱାଭାବିକ ହେବ, ସେଇ ଦିନକୁ ଚାତକ ଭଳି ଚାହିଁ ରହିଥିଲେ ଏମାନେ। ହେଲେ ସରକାର ଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି ସର୍ତ୍ତ ରଖିଥିବାରୁ ରାଜ୍ୟବ୍ୟାପୀ ସବୁ ଜିଲ୍ଲାରେ ସେମାନଙ୍କୁ ଯେପରି ଅନୁମତି ମିଳିବ, ସେ ନେଇ ନିବେଦନ କରିଛନ୍ତି ଯାତ୍ରା କଳାକାର ଓ ପାର୍ଟି ମାଲିକ।

ଦୀର୍ଘ ୮ ମାସ ପରେ ଯାତ୍ରା ହେବ ବୋଲି ଶୁଣିବା ପରେ ଆମକୁ ବହୁତ ଖୁସି ଲାଗୁଛି। କିନ୍ତୁ ଜିଲ୍ଲାରେ ଯାତ୍ରା କରିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ। ସେଥିପାଇଁ ଆମକୁ ଯାତ୍ରା କରିବା ପାଇଁ ସୁଯୋଗ ଦେଲେ ଆମେ ଉପକୃତ ହେବୁ।
- ପ୍ରତାପ ଦାସ, ପରିଚାଳକ, ପାର୍ବତୀ ଗଣନାଟ୍ୟ
Odisha-government-allows-cinema-halls-to-open-in-january
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories