ଶ୍ରେଷ୍ଠ ପ୍ରମାଣିତ ହେଲା ଓଡ଼ିଶା

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଶ୍ରେଷ୍ଠ ପ୍ରମାଣିତ କରିପାରିଛନ୍ତି ସରକାର। ଏପରିକି ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ଏହି ଶ୍ରେଷ୍ଠତ୍ୱକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ  ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର।

ଭିଡିଓ କନ୍‌ଫରେନ୍ସିଂରେ କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ ଯୋଗ ଦେଇଥିଲେ। ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରକୁ ନେଇଥିଲେ। ସେଥିରୁ ୫ଟି ବର୍ଗରୁ ଓଡ଼ିଶାକୁ ଦୁଇଟିରେ ପ୍ରଥମ ସ୍ଥାନ ମିଳିଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନକୁ ପ୍ରଦାନ କରାଯାଇଛି କାୟାକଳ୍ପ ପୁରସ୍କାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଭର୍ଚୁଆଲ ମୋଡ଼୍‌ରେ ଓଡ଼ିଶାର ସ୍ୱାସ୍ଥ୍ୟାନୁଷ୍ଠାନକୁ ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯-୨୦ ବର୍ଷରେ କାଟେଗୋରି Bରେ ସ୍ୱଚ୍ଛତାରେ ପ୍ରଥମ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏମ୍ସ ।

ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶରେ ରୋଗୀସେବା ପାଇଁ ଏମ୍ସକୁ କାୟାକଳ୍ପ ଆଓ୍ୱାର୍ଡ ସହ ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ସେହିପରି DHH ବର୍ଗରେ ଅନୁଗୁଳ ବିଜେତା ହୋଇଥିବା ବେଳେ କଳାହାଣ୍ଡି ରନର୍ସଅପ୍ ଭାବେ ଆଓ୍ୱାର୍ଡ ପାଇଛି। SDH/ CHC ବର୍ଗରେ ମୟୂରଭଞ୍ଜର ରାଇରଙ୍ଗପୁର SDH ପୁରସ୍କୃତ ହୋଇଛି ।୨୦୧୯-୨୦ ବର୍ଷ ଲାଗି ୧୯ଟି DHH, ୭୮ଟି SDH/CHC, ୬୬ଟି ଅର୍ବାନ PHC, ୧୫୬ଟି PHC, ୧୮ଟି HWC ସବ୍ ସେଣ୍ଟରକୁ କାୟାକଳ୍ପ ଆଓ୍ୱାର୍ଡ ପ୍ରଦାନ କରାଯାଇଛି।

…..

You might also like