ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ

ଭୁବନେଶ୍ୱର :  ଓଡିଆ ଚେସ୍ କୁଇନ୍ ପଦ୍ମିନୀ ରାଉତଙ୍କୁ ସଫଳତା। ଏସିଆନ୍ ମହିଳା ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ। ଫିଲିପାଇନ୍ସର ମକାଟିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ  ୭ ପଏଣ୍ଟ ପାଇଁ  ସେ ଚାମ୍ପିଅନ ହୋଇଛନ୍ତି।

ଏଥିସହ ଆସନ୍ତା ୨୦୨୦ ମସିହାରେ ହେବାକୁ ଥିବା ମହିଳା ବିଶ୍ୱକପ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ରାଉତ।

You might also like