• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଚର୍ଚ୍ଚ ଓ ଉତ୍ସାହିତ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଆଜି ବିଳମ୍ବିତ ରାତିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ତାଙ୍କ ଜନ୍ମଦିନ ପାଳିବା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି। କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର, ସବୁଠି ଆଲୋକମାଳାରେ ଝଟକୁଛି ଚର୍ଚ୍ଚ ସହ ପ୍ରାର୍ଥନା ଗୃହ।

କନ୍ଧମାଳ ଜିଲ୍ଲା ଫୁଲବାଣୀର ବାଷ୍ଟି ଚର୍ଚ୍ଚରେ ପ୍ରାର୍ଥନା ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ଲାଗି ଜାରି ରଖିଛନ୍ତି ଅଭ୍ୟାସ। କାରଣ ଆଜି ରାତିରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଏହି ବଡ଼ ପର୍ବ ପାଳନକୁ ଦୃଷ୍ଟିରେ ରଖି ଜିଲ୍ଲାବ୍ୟାପି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

cristmassସେପଟେ ବଡ଼ଦିନ ଅବସରରେ ଆସନ୍ତାକାଲି ବାରଖମାରେ କୁଇ ସମାଜ ସମନ୍ୱୟ ସମିତି ସହିଦ୍ ଦିବସ ପାଳନ କରୁଥିବାରୁ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ଭୁବନେଶ୍ୱର ସତ୍ୟନଗରର କ୍ୟାଥଲିକ ଚର୍ଚ୍ଚ ସଜେଇ ହୋଇଛି ରଙ୍ଗୀନ ଆଲୋକରେ। ପ୍ରଭୁ ଯୀଶୁଙ୍କ ଜନ୍ମଦିନ ସହ ବଡ଼ଦିନ ପାଳିବା ପାଇଁ ଏଠିବି ଜୋରସୋରରେ ପ୍ରସ୍ତୁତି ଚାଲିଛି।

ଷ୍ଟିଲ୍‌ସିଟି ରାଉରକେଲାରେ ବି ଝଟକୁଛି ବିଭିନ୍ନ ଚର୍ଚ୍ଚ। ଏଠିବି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖ୍ରୀଷ୍ଟମାସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।

cristmassକଟକରେ ବି ଉତ୍ସବମୁଖର ପରିବେଶ। ଆସନ୍ତା ଦୁଇ ଦିନ ଧରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ଅବସରରେ ବଡ଼ଦିନ ପାଳିବା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି।

ବାଲେଶ୍ୱରରେ ବି ଖ୍ରୀଷ୍ଟମାସ ପାଳନ କରିବାକୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି। ଏଠାରେ ଆଜି ରାତି ୧୦ଟା ପରେ ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆଉ ମାତ୍ର କେଇଟା ମୁହୁର୍ତ୍ତକୁ ଅପେକ୍ଷା। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ, ଧରାପୃଷ୍ଠକୁ ଓହ୍ଲାଇବେ ପ୍ରଭୁ ଯୀଶୁ। ତା’ପରେ ଉତ୍ସାହ ଉଦ୍ଦୀପନାର ସହ ଖ୍ରୀଷ୍ଟଧର୍ମାବଲମ୍ବୀ ପାଳିବେ ବଡ଼ଦିନ।

https://youtu.be/ucTKw1Y66ho

Odisha-gears-up-for-christmas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories