ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍‌ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ୍ ପ୍ରଦାନ ଓ ଫାୟାର୍‌ ମ୍ୟାନ୍ ହାବିଲ୍‌ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି।  ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍‌ ରେଞ୍ଜ୍ ଅଫିସର କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି।

You might also like