ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଭୁବନେଶ୍ୱର: ଗତ ୨୧ ତାରିଖରେ କଟକ ସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ଚେତିଛି। ପ୍ରତି ୧୫ ଦିନରେ ଥରେ ସମସ୍ତ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛି। ଏହାସହ ପ୍ରତି ୧୫ ଦିନରେ ଥରେ ଏର୍ମଜେନ୍ସି ଡ୍ରିଲ୍‌ ମଧ୍ୟ କରାଯିବ।

ହସ୍ପିଟାଲ୍‌ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାସହ ହସ୍ପିଟାଲ୍‌ ପକ୍ଷରୁ ଦୈନିକ ସିଫ୍ଟ ଭିତ୍ତିରେ ନିଜସ୍ୱ ଅଗ୍ନି ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଅଗ୍ନି ନିରାପତ୍ତା ଅଧିକାରୀ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କିତ ସମସ୍ତ ଦିଗକୁ ଯାଞ୍ଚ କରିବେ। ଏନେଇ ପ୍ରସ୍ତୁତ କରିଥିବା ରିପୋର୍ଟ ଦ୍ୱିତୀୟ ସିଫ୍ଟର ଅଧିକାରୀଙ୍କୁ ଦେବେ। ସେହିିପରି ସେଦିନର ରିପୋର୍ଟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଏହାପରେ ୧୫ ଦିନର ରିପୋର୍ଟ ଯାଞ୍ଚ କରିବା ଲାଗି ହସ୍ପିଟାଲକୁ ଯାଇଥିବା ଅଗ୍ନିଶମ ଅଧିକାରୀ ସେସବୁର ଯାଞ୍ଚ କରିବେ।

ଜିଲ୍ଲାସ୍ତରୀୟ ଅଗ୍ନିଶମ ଅଧିକାରୀ ଓ ସହକାରୀ ଅଗ୍ନିଶମ ଅଧିକାରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ କୋଭିଡ୍‌ ହସ୍ପିଟାଲରେ ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like