“ଓଫା” ଆୱାର୍ଡ: ‘ମିଷ୍ଟର ମଜନୁ’ ସର୍ବଶ୍ରେଷ୍ଠ ଫିଲ୍ମ
ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ର ଫିଲ୍ମ ‘ମିଷ୍ଟର ମଜନୁ’କୁ “ଓଫା” ଆୱାର୍ଡ ୨୦୧୯-ର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହି ଫିଲ୍ମ ଲାଗି ଓଲିଉଡ୍ ଚକଲେଟ୍ ବୟ ବାବୁଶାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତାଙ୍କୁ ମିଳିଛି ପୁରସ୍କାର।
ଓଡ଼ିଆ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ଅଜିତ ଦାସଙ୍କୁ ଲାଇଫ୍ ଟାଇମ ଆଚିଭ୍ମେଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି l ତାଙ୍କ ପତ୍ନୀ ମାୟା ଦାସ ଏହି ପୁରସ୍କାର ଗ୍ରହଣ କରିଛନ୍ତି l
ମିହିର ଦାସଙ୍କୁ ଶ୍ରେଷ୍ଠ ଖଳନାୟକ ପୁରସ୍କାର ମିଳିଥିବା ବେଳେ ସାୟଲ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଛି। ସମୁଦାୟ ୩୦ଟି କାଟେଗୋରିରେ ପୁରସ୍କାର ପ୍ରଦାନ କରାଯାଇଛି।