• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନା ସ୍ଥିତି ସୂଚିତ କଲାବେଳେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ।

ରାଜ୍ୟରେ ଏଯାବତ ୯ଶହ ସାମ୍ପଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୫ ପଜିଟିଭ ରିପୋର୍ଟ ଆସିଛି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ଚିହ୍ନଟ ହୋଇଛନ୍ତି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି।

ଏବେ ସୁଦ୍ଧା ୧୦୪ ଜରିଆରେ ୪୩୬୬ ବିଦେଶାଗତଙ୍କ ସହ ୧୫ ହଜାର ୮୯୫ ଜଣ ରେଜିଷ୍ଟ୍ରୀଭୁକ୍ତ ହୋଇଛନ୍ତି। ଏଥିସହ କରୋନାକୁ ନେଇ ଭୟ ସଂପର୍କରେ ବାଗଚୀ ଏକ ରୋଚକ ତଥ୍ୟ ଦେଇଛନ୍ତି।

ଭୟରେ ଲୋକେ ରୋଗକୁ ଲୁଚାଉଛନ୍ତି। ୫ ଜଣରୁ ଜଣେ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ସରକାରଙ୍କ ପକ୍ଷରୁ ଲଗାତାର ୪୯ ଥର ଫୋନ କରାଯାଇଥିଲା। ୪୯ ଥର ଫୋନ୍ କଲା ପରେ ସେ କଲ୍ ରିସିଭ୍ କରିଥିଲେ। ତେଣୁ କରୋନାକୁ ନେଇ ଡରନ୍ତୁନି, ବରଂ ଲଢ଼ନ୍ତୁ ବୋଲି ବାଗଚୀ କହିଛନ୍ତି।

https://youtu.be/xyVxDQLf1j8

Odisha-fights-coronavirus-subroto-bagchis-pc-on-current-status-of-covid-19-in-the-state
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories