‘କରୋନା ଲକ୍ଷଣ ଦେଖାଦେଲେ ହସ୍‌ପିଟାଲ୍ ନ ଯାଇ ୧୦୪କୁ ଫୋନ୍ କରନ୍ତୁ’

ଭୁବନେଶ୍ୱର: କରୋନାର କିଛି ଯଦି ଲକ୍ଷଣ ଦେଖୁଛନ୍ତି ତାହେଲେ ନିଜେ ହସ୍ପିଟାଲ ଯାଅନି। ନିଜେ ନିଜେ ହସ୍ପିଟାଲକୁ ଯାଇ ଅନ୍ୟମାନଙ୍କୁ ବିପଦରେ ପକାନ୍ତୁନି। ଏନେଇ ସୂଚନା ଦେଇଛନ୍ତି ଏନଏଚ୍ଏମ୍  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଯେଉଁ ବ୍ୟକ୍ତି ବିଦେଶରୁ କିମ୍ବା ଅନ୍ୟ ରାଜ୍ୟରୁ ଫେରିଥିବେ ସେମାନେ ୧୪ ଦିନ ଘରେ ରହନ୍ତୁ।  ତାସହ ଘରେ ପରିବାର ସଦସ୍ୟଙ୍କଠାରୁ ଯଥେଷ୍ଟ ଦୂରତ୍ୱରେ ନିଜକୁ ରଖନ୍ତୁ। ୧୪ ଦିନ ପରେ ମଧ୍ୟ ଘରେ ନିଜକୁ ନିଜେ ପୁଣି ୧୪ ଦିନ ସର୍ବେକ୍ଷଣରେ ରଖନ୍ତୁ। ଏହି ସମୟ ମଧ୍ୟରେ କିଛି ଲକ୍ଷଣ ଦେଖାଗଲେ ନିଜେ ହସ୍ପିଟାଲ ଚାଲିଯାଆନ୍ତୁନି।

ଜ୍ୱର, କାଶ, ଥଣ୍ଡା ଆଦି ଲକ୍ଷଣ ଦେଖିଲେ ୧୦୪କୁ ଫୋନ୍ କରନ୍ତୁ। ସେଠାରେ ଥିବା ବିଶେଷଜ୍ଞ ଆପଣଙ୍କୁ ପରାମର୍ଶ ଦେବେ। ଦରକାର ହେଲେ ସନ୍ଦିଗ୍ଧଙ୍କ ଘରକୁ ଆମ ଟିମ୍ ଯାଇ ହସ୍ପିଟାଲ ଆଣିବେ ବୋଲି କହିଛନ୍ତି ଶାଳିନୀ ପଣ୍ଡିତ।

You might also like