ଓଡ଼ିଶାରେ କରୋନା ମୁକାବିଲା: ଫୋକସ୍‌ରେ ଏହି ୪ ଜିଲ୍ଲା‌

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି।
୪ ଜିଲ୍ଲାକୁ ଅଧିକ ଫୋକସ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ ଜିଲ୍ଲା ହେଲା- ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର

ରୋଗୀଙ୍କ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଖାଇବା, ରହିବା, ଔଷଧ, ପରିବହନ ଆଦି ସବୁ ସୁବିଧା ମାଗଣାରେ ମିଳୁଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ମିଳୁଛି। ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ଲକ୍ଷଣ ଦେଖିଲେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହ ଆରୋଗ୍ୟ ହାର ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like