ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି

ଭୁବନେଶ୍ୱର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି। ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଲେ ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବଢାଯାଇଥିବା ଟ୍ୱିଟ ଯୋଗେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ ଡିଏଲ୍ ଫାଇନାଲ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂରେ ଅସୁବିଧା ଭୋଗୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

କିଛି ଦିନ ତଳେ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀରେ ପରିବର୍ତ୍ତନ କରିଛି। ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ। ସେହିଭଳି ପରୀକ୍ଷାର ମାନ ବୃଦ୍ଧି ଲାଗି ପୂର୍ବରୁ ଥିବା ୧୦ ପ୍ରଶ୍ନ ବଦଳରେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ। ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଆଜି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଜାନୁଆରୀରୁ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଥିଲା।  କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲରୁ କଟକଣାକୁ କୋହଳ କରିଥିଲେ ରାଜ୍ୟ ସରକାର। କିନ୍ତୁ ହେଲମେଟ୍‌ ନପିନ୍ଧିଲେ, ବେପରୁଆ ଗାଡ଼ିଚାଳନା କଲେ, ଗାଡ଼ି ଚଳାଇବା ସମୟରେ ଫୋନ୍‌ରେ କଥା ହେଲେ ମୋଟରଯାନ ଆଇନ୍ ଅନୁଯାୟୀ ଚାଳକଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଥିଲା। ଆସନ୍ତା ଜାନୁଆରୀରୁ ପୁଣି ଥରେ ନିୟମ କଡ଼ାକଡ଼ି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା। ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ ଡିଏଲ୍ ଫାଇନାଲ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂରେ ଅସୁବିଧା ଭୋଗୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେପଟେ ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଥିଲେ। କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ। ଗାଡି ଚଳାଇବା ପରେ ଉଭୟଙ୍କୁ ହେଲମେଟ୍ ପିନ୍ଧିବାକୁ ପଡିବ ବୋଲି ପରବହନ ବିଭାଗ ସୂଚନା ଦିଆଯାଇଥିଲା। କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୨ ଜଣ ଗାଡି ଚାଳକଙ୍କ ଲାଇସେନ୍ସ ବାତିଲ କରିଥିଲା କଟକ ଆରଟିଓ।

You might also like