• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍ ତାଲିକାରେ ସାମିଲ ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା।

ପୂର୍ବରୁ ୫ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଲାଗି ଲକଡାଉନ୍ ଘୋଷଣା ହୋଇଥିଲା। ଏହି ସମସ୍ତ ୧୪ଟି ଜିଲ୍ଲାରେ ଆସନ୍ତାକାଲି(ମଙ୍ଗଳବାର) ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏ ଏହି କଟକଣା ବଳବତ୍ତର ରହିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ହୋଇଛି। ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ଦୋକାନ ଓ ଜରୁରୀ ସେବାରେ ନିୟୋଜିତ ଯାନବାହାନ ଓ କର୍ମଚାରୀଙ୍କୁ ବାଦ୍ ଦିଆଯାଇଛି।

କରୋନା ମୁକାବିଲା ପାଇଁ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଏଭଳି ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ନିୟମ ଖିଲାପକାରୀଙ୍କ ବିରୋଧରେ ରାଜ୍ୟ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାକୁ ନେଇ ବି ପ୍ରଶ୍ନ କରିଛି କେନ୍ଦ୍ର।

https://youtu.be/jsiCYur0G-U

Odisha-extends-lockdown-to-14-districts
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories