• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର  : ନିର୍ବାଚନ ଫଳ ଆସିବାର ମାସେ ନ ପୂରୁଣୁ  ସବୁ ଦଳକୁ ପୁଣି ସଂଗଠନ ଚିନ୍ତା । ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ନୂଆ ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା ଚୟନ ସହିତ ମଜଭୁତ୍ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ତୟାର ହେଉଛି । ସେପଟେ ବିଜେପିର ଅଭିବୃଦ୍ଧିକୁ ଚେକ୍ ଦେବାକୁ ଶାସକ ବିଜେଡି ନିଜ ସଂଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି । ଅନ୍ୟପକ୍ଷରେ ବିପର୍ଯ୍ୟୟ ପରେ କଂଗ୍ରେସ୍ ମଧ୍ୟ ତୃଣମୂଳ ସ୍ତରରୁ ସଙ୍ଗଠନ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି । ନିରଂଜନ ପଦ ଛାଡ଼ିବା ପରେ ପିସିସି ସଭାପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ପରାଜୟର ପୋଷ୍ଟମର୍ଟମ । ଗୋଟିଏ ପଟେ ବିଜେପିର ମାନସ ମନ୍ଥନ, ଅନ୍ୟପଟେ ବିପର୍ଯ୍ୟୟର କାରଣ ଖୋଜୁଛି କଂଗ୍ରେସ । ଏଣେ ଯେଉଁଠି ଦଳ ବ୍ୟାକଫୁଟ୍‌ରେ ରହିଲା, ସେନେଇ ବିଜେଡିର ତର୍ଜମା। ଆଉ ଏହାରି ଭିତରେ ନିଜ ନିଜ ସଙ୍ଗଠନ ସଜାଡ଼ିବା ପାଇଁ ଆରମ୍ଭ ହୋଇଛି କସରତ । ଜୁଲାଇରୁ ବିଜେପି ସଭ୍ୟ ସଂଗ୍ରହରେ ଲାଗିବ। ତା’ପରେ ମଣ୍ଡଳ ଓ ଜିଲ୍ଲା ସଭାପତି ଚୟନ ହେବ । ଶେଷରେ ରାଜ୍ୟ ସଭାପତି ପାଇଁ ଅଙ୍କକଷା ଯିବ। ବସନ୍ତ ପଣ୍ଡାଙ୍କ ପରେ ଏ ଗୁରୁ ଦାୟିତ୍ୱ କାହାକୁ ଦିଆଯିବ ସେନେଇ ଚର୍ଚ୍ଚା ଲାଗି ରହିଛି। ସେପଟେ ଜୁନ୍ ୨୫ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ତା’ପୂର୍ବରୁ ବିରୋଧୀ ଦଳ ନେତା ବି ଚୟନ କରାଯିବ। ୧୦ ବିଧାୟକରୁ ୨୩ରେ ପହଞ୍ଚିଥିବା ବିଜେପି, ଏଥର ବିଧାନସଭାରେ ଶାସକ ଦଳକୁ କଡ଼ା ଟକ୍କର ଦେବାକୁ ଉଦ୍ୟମ କରିବ । ସେପଟେ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟରେ ଆତ୍ମସମୀକ୍ଷାର ବେଳ। ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକଙ୍କ ଇସ୍ତଫା ପରେ କିଏ ନୂଆ ମଙ୍ଗୁଆଳ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଛାମୁଆ ସଂଗଠନ ସହିତ ବ୍ଲକ, ଜିଲ୍ଲା ସଭାପତିଠୁ ଆରମ୍ଭ କରି ରାଜ୍ୟସ୍ତରୀୟ ସାଙ୍ଗଠନିକ ସ୍ତରରେ ଆମୂଳଚୁଳ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।

ସେପଟେ ନବୀନ ହାଓ୍ୱା ସତ୍ତ୍ୱେ ବିଜେଡି କାହିଁକି ୩୪ଟି ବିଧାନସଭା ଓ ୯ ଲୋକସଭା ଆସନରେ ହାରିଲା? କେଉଁଠି କିଏ ଅନ୍ତର୍ଘାତୀ କାର୍ଯ୍ୟ କରିଛି, ସେନେଇ ରିପୋର୍ଟ ମାଗିଛନ୍ତି ବିଜେଡି ସୁପ୍ରିମୋ । କିଛି ବିଧାୟକ, ସାଂସଦ ଓ ନେତା ରିପୋର୍ଟ ଦେଇ ସାରିଛନ୍ତି । ସେପଟେ ବିଜେପି ୮୧ଟି ବିଧାନସଭା ଆସନରେ ଦ୍ୱିତୀୟ ସ୍ଥାନରେ ରହିବା ସହ ନିଜ ଭୋଟ୍ ପ୍ରତିଶତ ବି ଯଥେଷ୍ଟ ବଢାଇଛି । ତେଣୁ ବଢୁଥିବା ପଦ୍ମକୁ ରୋକିବା ଲାଗି ଶଙ୍ଖ ଦଳ ବି ନିଜ ସଂଗଠନକୁ ଆହୁରି ମଜଭୁତ୍ କରିବାକୁ ଉଦ୍ୟମ ଆରମ୍ଭ କରିଛି । ସେଥିପାଇଁ ଛାତ୍ର, ମହିଳା ଓ ଯୁବ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ହେବ। ବିଭିନ୍ନ ଜିଲ୍ଲାର ସଭାପତି ବି ବଦଳିବେ। ତା’ସହ ଜିଲ୍ଲାରେ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯିବ।

ଗୋଟିଏ ପଟେ ପରାଜୟର କାରଣ ଖୋଜା, ଅନ୍ୟପଟେ ସଙ୍ଗଠନକୁ ସଜାଡିବା ପାଇଁ ଉଦ୍ୟମ। ଏସବୁ ଭିତରେ ପ୍ରଥମେ ପାଟକୁରା ଓ ପରେ ବିଜେପୁର ଉପନିର୍ବାଚନ ଏସିଡ୍ ଟେଷ୍ଟ ହେବ । ସେପଟେ ପୌର ନିର୍ବାଚନ ମଧ୍ୟ ସବୁ ଦଳ ପାଇଁ ଆଗକୁ ବଡ ଚ୍ୟାଲେଂଜ ହେବାକୁ ଯାଉଛି।

https://youtu.be/3LkgpFteUPo

Odisha-elections-post-mortem-organisation-rejig-top-priority-for-parties
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories