ଏଥର କଥାରେ ନୁହେଁ, ଲିଖିତ ପ୍ରତିଶ୍ରୁତିର ଫଣ୍ଡା

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ପରେ ବିଜେପି ବାଣ୍ଟିଲା ପ୍ରତିଶ୍ରୁତି ପତ୍ର

ଭୁବନେଶ୍ୱର :  ଆଉ ନେତାଙ୍କର ଖାଲି କଥା, କାମ ଦେଉନି। ମୁଖ ନିଶୃତ ପ୍ରତିଶ୍ରୁତି ଫେଲ୍ ମାରିବା ପରେ ଲୋକେ ଭରସାକୁ ନେବାକୁ ପ୍ରସ୍ତୁତ ନୁହଁନ୍ତି।  ତେଣୁ ଏଥର ନିର୍ବାନରେ ଆସିଛି ନୂଆ ଫଣ୍ଡା, ଲିଖିତ ପ୍ରତିଶ୍ରୁତିକୁ ନେଇ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ପରେ ଏହାକୁ କାଉଣ୍ଟର ଲାଗି ରାଜ୍ୟ ବିଜେପି ବି ଆରମ୍ଭ କରିଛି ପ୍ରତିଶ୍ରୁତି ପତ୍ର ବଣ୍ଟନ।

୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଇଏ ରାଜ୍ୟ ବିଜେପିର ପ୍ରତିଶ୍ରୁତି। ଦଳ କ୍ଷମତାକୁ ଆସିଲେ ସ୍ଥାୟୀ ପଟ୍ଟା ସହ ପକ୍କାଘର ତାସାଙ୍ଗକୁ ବେରୋଜଗାରକୁ ମିଳିବ ରୋଜଗାର। ଏହାବ୍ୟତୀତ ବିଜୁଳି, ପାଣି, ଓ ପାଇଖାନା ସହ ଗ୍ୟାସ୍।

ରାଜଧାନୀରେ ଦଳର ପ୍ରତିଶ୍ରୁତି ସମାବେଶ ଶୁଭାରମ୍ଭରେ ଏଭଳି ଘୋଷଣା ସାଙ୍ଗକୁ ଘରେ ଘରେ ଏ ପତ୍ର ପହଞ୍ଚାଇବାକୁ ପଣ କରିଛନ୍ତି ନେତା ଓ କର୍ମୀ। ୫୫ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ଥାଇ କଂଗ୍ରେସ୍‌ ହେଉ ବା ୧୯ ବର୍ଷର ବିଜେଡି ସରକାର ଯାହା କରିପାରିନଥିଲା।

ମାତ୍ର ୫୫ ମାସରେ ମୋଦି ସରକାର ତାହା କରି ଦେଖାଇଛି ବୋଲି କହିଛି ଦଳ। ସେପଟେ ରାଉରକେଲା ସମାବେଶରେ ରାହୁଲ ଗାନ୍ଧି କଂଗ୍ରେସ୍‌ର ଗ୍ୟାରେଣ୍ଟି କାର୍ଡ ବାଣ୍ଟିବା ପରେ ଆଜି ଆଉ ଏକ ପ୍ରତିଶ୍ରୁତି ଯୋଡିଛି ଦଳ।

ପିସିସି ସଭାପତି ଟ୍ୱିଟରେରେ ଦେଇଥିବା ସୂଚନା ଅନୁସାରେ କଂଗ୍ରେସ କ୍ଷମତାକୁ ଆସିଲେ, ପ୍ରତି ପରିବାରରୁ ଜଣଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ମିଳିବ। ତେବେ କଂଗ୍ରେସ ଓ ବିଜେପିର ଏ ପ୍ରତିଶ୍ରୁତିକୁ ରାଜ୍ୟବାସୀ ଆଦୌ ଗ୍ରହଣ କରିବେନି ବୋଲି କହିଛି ବିଜେଡି।

ନିର୍ବାଚନୀ ପୂର୍ବର ପ୍ରତିଶ୍ରୁତିକୁ କ୍ଷମତା ହାସଲ ପରେ ରାଜନୈତିକ ଦଳମାନେ କେତେ ଆନ୍ତରିକତାର ସହ ପାଳନ କରନ୍ତି ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ତଥାପି ଏଭଳି ମନଲୋଭା ପ୍ରତିଶ୍ରୁତି ନିଶ୍ଚିତ କିଛି ଅଞ୍ଚଳ ଓ ବର୍ଗଙ୍କ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଳେଷକଙ୍କ ମତ।

ଆହୁରି ପଢ଼ନ୍ତୁ

୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ବାଳକ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ଘାତକ ହେଉଛି ସର୍ପାଘାତ ; ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ

ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି….ଜାଣନ୍ତୁ କିଛି ରୋଚକ କଥା

ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ବୃଦ୍ଧ ଦମ୍ପତିଙ୍କୁ ପ୍ରଶଂସା ; ଘରେ ପଶିଥିବା ଲୁଟେରାଙ୍କୁ କଲେ କଡ଼ା ମୁକାବିଲା

ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

You might also like