ବାଲିଗୁଡ଼ା( ଅଜିତ ନାୟକ): ମହାମାରୀ କରୋନା ସହି ମୁକାବିଲା କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କରୋନା ଆଗଧାଡ଼ିର ଯୋଦ୍ଧା। ଘର ପରିବାର ସବୁ ଛାଡ଼ି ଲାଗିଛନ୍ତି ସେବାରେ। ଆମେ କହୁଛୁ ଡାକ୍ତରମାନଙ୍କ କଥା।
କିଏ ବାପାର ଶବକୁ କାନ୍ଧ ଦେଇପାରୁନି ତ କିଏ ଇଚ୍ଛା ଥିଲେ ବି ଘରେ ଛାଡ଼ି ଆସିଥିବା ତା'ର କଅଁଳ ଶିଶୁର ମୁହଁ ଦେଖିପାରୁନି, ତ ଆଉ କିଏ ସେବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଉଛନ୍ତି। ସେମିତି ଜଣେ କରୋନା ଯୋଦ୍ଧା ହେଲେ ଡାକ୍ତର ରାକେଶ କୁମାର ବେହେରା। ରାକେଶ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରିବା ପାଇଁ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।
କନ୍ଧମାଳ ଜିଲ୍ଲା କ. ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଥିବା ରାକେଶ ବେହେରାଙ୍କ ଘର ବାଲେଶ୍ୱର ଜିଲ୍ଲା ବଳରାମପୁର ଗାଁରେ। ରାକେଶଙ୍କ ବାହାଘର ଏପ୍ରିଲ ୨୬ ତାରିଖରେ ହୋଇଥାନ୍ତା। କିନ୍ତୁ ଏଭଳି ସମୟରେ ନିଜ ବାହାଘର ଅପେକ୍ଷା ରୋଗୀ ସେବାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି।
ମୟୁରଭଞ୍ଜ ଜିଲ୍ଲା ଉଦଳାରେ ରଶ୍ମିରେଖା ସାହୁଙ୍କ ସହ ତାଙ୍କ ବାହାଘର ଠିକ୍ ହୋଇଥିଲା। ଗତ ମାର୍ଚ୍ଚ ୪ ତାରିଖରେ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା। ଉଭୟ ପରିବାର ଲୋକଙ୍କ ସହମତିରେ ଏପ୍ରିଲ ୨୫ ତାରିଖରେ ବିବାହ ପାଇଁ ତାରିଖ ସ୍ଥିର ହୋଇଥିଲା। ହେଲେ କରୋନା ଦାୟିତ୍ୱ ଛାଡ଼ି ସେ ନିଜ ବିବାହକୁ ଘୁଞ୍ଚାଇ ଦେଇଛନ୍ତି।
ଏହା ସହ ତାଙ୍କ ବଡ଼ ଭାଇ ଚେନ୍ନାଇର ରାହୁଥିଲାବେଳେ ଘରେ ବୁଢ଼ା ବାପା ଆଉ ମାଆ ରହିଛନ୍ତି। ବାପା ଜଣେ ହାର୍ଟ ପେସେଣ୍ଟ ଥିଲେ ମଧ୍ୟ ରାକେଶ ଘରକୁ ଯାଇପାରୁନାହାନ୍ତି କି ତାଙ୍କ ମାଆବାପାଙ୍କର ଦେଖାରେଖା କରିପାରୁ ନାହାନ୍ତି। ଏଭଳି ବିପତ୍ତି ସମୟରେ ସେ ସବୁକିଛି ଛାଡ଼ି ରୋଗୀ ସେବାକୁ ପ୍ରାଥମିକତା ଦେଇଛନ୍ତି।