• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସମ୍ବଲପୁର(ସଂଜୟ କୁମାର ଜେନା): ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଈଶ୍ୱରଙ୍କ ପରେ ଡାକ୍ତର ହିଁ ମୃତ୍ୟୁ ମୁହଁରୁ ଜୀବନ ଛଡ଼ାଇ ଆଣିପାରେ। ତେବେ ଶୋଷଣ ମନବୃତ୍ତି ପାଇଁ ଡାକ୍ତରୀ ପେଶାରେ ଆଜିକାଲି କଳାଛିଟା ଲାଗିଥିବାବେଳେ ସେ ହେଉଛନ୍ତି ଏହାର ବ୍ୟତିକ୍ରମ। ଗରିବ ରୋଗୀଙ୍କୁ  ସୁବିଧାରେ ଯୋଗାଇ ଦେଉଛନ୍ତି ସେବା। ଫିସ୍‌ ତାଙ୍କର ମାତ୍ର ୧ ଟଙ୍କା। ଏକଥା ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ।  ଏ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ। ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର।

ଡାକ୍ତର ଶଙ୍କର ରାମଚନ୍ଦାନୀ ନିଜ ଭଡ଼ା ଘରେ ଆରମ୍ଭ କରିଛନ୍ତି ରୋଗୀ ସେବା। ଫିସ୍‌ ବାବଦ ଦେବାକୁ ପଡ଼ିବ ମାତ୍ର ୧ ଟଙ୍କା । ଟଙ୍କା ଟିଏ ଦେଇ  ଗରିବ ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରୁଛନ୍ତି। ଏମିତିକି ଡାକ୍ତରଙ୍କ ସହଧର୍ମିଣୀ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। ସପ୍ତାହକୁ ୫ ଦିନ ପାଇଁ ଖୋଲା ରହୁଛି ଏହି କ୍ଲିନିକ୍।

ପ୍ରେସ୍କ୍ରିପସନ୍ ଲେଖିବା ପାଇଁ ଯେଉଁଠି ଡାକ୍ତର ଶହ ଶହ ଟଙ୍କା ନେଇଥାନ୍ତି ସେଠି ୧ ଟଙ୍କା ଦେବାକୁ ପଡ଼ୁଥିବାରୁ ରୋଗୀଙ୍କ ଭିଡ଼ ଜମୁଛି।  ଡାକ୍ତର ଶଙ୍କର ରାମଚନ୍ଦାନୀ ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ହସ୍ପିଟାଲରେ ରୋଗୀ ସେବା କରନ୍ତି। ହେଲେ ସନ୍ଧ୍ୟାରେ ଘରକୁ ଆସି  ଆଖପାଖ ଅଞ୍ଚଳର ରୋଗୀ ଦେଖନ୍ତି।

ରାମଚନ୍ଦାନୀଙ୍କ ପତ୍ନୀ ମଧ୍ୟ ଜଣେ ଦାନ୍ତ ଡାକ୍ତର । ତେଣୁ ପତ୍ନୀ ମଧ୍ୟ ରୋଗୀ ଦେଖିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ରାମଚନ୍ଦାନୀଙ୍କ କହିବାନୁଯାୟୀ, ମଧ୍ୟବର୍ତ୍ତୀ ପରିବାରରୁ ଆସିଥିବାରୁ ଗରିବ ଲୋକଙ୍କ ସମସ୍ୟା ବେଶ ଭଲ ଭାବେ ବୁଝିଛନ୍ତି।  ମାଗଣା ରୋଗୀ ଦେଖିଲେ, ହୁଏତ ରୋଗୀ ଭାବିବେ ଯେ,  ଡାକ୍ତରଙ୍କୁ ପାରିଶ୍ରମିକ ଦେଇ ନାହାନ୍ତି ।ତେଣୁ ସେ ଏକ ଟଙ୍କା ଫି ବାବଦରେ ରଖୁଛନ୍ତି ।

ରାମଚନ୍ଦାନୀଙ୍କ କ୍ଲିନିକ୍ କହିଲେ କାଠରେ ତିଆରି ଏକ ଛୋଟ କ୍ୟାବିନ୍। କିଛି ଦିନ ତଳେ ଏହାକୁ ଉଦଘାଟନ କରିଛନ୍ତି। ଏଠି ଘରୋଇ ନର୍ସିଂ ହୋମ ଭଳି ଚାକଚକ୍ୟ ନାହିଁ କି କୌଣସି କର୍ମଚାରୀ ନାହାନ୍ତି । କ୍ୟାବିନ ଭିତରେ ବସି ରୋଗୀ ଦେଖୁଛନ୍ତି । ରକ୍ତଚାପ ମାପୁଛନ୍ତି। ପରୀକ୍ଷା ନିରୀକ୍ଷା କରି ପ୍ରେସ୍‌କିପ୍ସନ ଲେଖୁଛନ୍ତି। ରାମଚନ୍ଦାନୀ ଜଣେ ସମାଜସେବୀ ଭାବେ ମଧ୍ୟ ଜଣାଶୁଣା ।

ଡାକ୍ତର ରାମଚନ୍ଦାନୀଙ୍କ ଘର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ । ଏବେ ନିଜ ପରିବାର ସହ  ବୁର୍ଲାରେ ରହୁଛନ୍ତି। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ମାଆ ବାପାଙ୍କର ଇଚ୍ଛା ପୁରଣ କରି ପାରିଛନ୍ତି ବୋଲି ସେ କହନ୍ତି ।

ଡାକ୍ତର ରାମଚନ୍ଦାନୀ କହିଛନ୍ତି, ‘ବାପା ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ତାଙ୍କର ଇଚ୍ଛା ଥିଲା ମୁଁ ଡାକ୍ତର ହୋଇ ରୋଗୀ ସେବା କରେ।’  ବାପାଙ୍କ କଥା ମାନି ସେ  ରୋଗୀଙ୍କର ସେ ସେବା କରୁଛନ୍ତି। ରୋଗୀଙ୍କଠାରୁ  ଟଙ୍କାଟିଏ ଫି’ ବାବଦରେ ଆଣୁଛନ୍ତି ଏଥିପାଇଁ ଯେ, ରୋଗୀମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିପାରିବେ। ରାମଚନ୍ଦାନୀଙ୍କ ପତ୍ନୀ ମଧ୍ୟ ଗରିବ ଲୋକଙ୍କର ଦନ୍ତ ଚିକିତ୍ସା କରୁଛନ୍ତି।

ଡାକ୍ତର  ଦମ୍ପତିଙ୍କ ଏଭଳି ଅଭିନବ ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଂଶସା କରାଯାଇଛି।

https://youtu.be/S9WGOoHvCKQ

 

 

Odisha-doctor-opens-one-rupee-clinic-for-poor-people
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories