ଯୌତୁକ ନିର୍ଯାତନାର ଚରମ ପରିସ୍ଥିତି: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ। ଯୌତୁକ ନିର୍ଯାତନାର ଏଭଳି କିଛି ଚରମ ପରିସ୍ଥିତି ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ଉପର ମହଲାରେ ସ୍ତ୍ରୀଙ୍କୁ ବନ୍ଦ କରି ତଳୁ ତାଲା ପକାଇଛନ୍ତି ଡାକ୍ତର ସ୍ୱାମୀ। ସ୍ଥାନୀୟ ଖୋଡ଼ାସିଙ୍ଗ ସ୍ଥିତ ବାଞ୍ଚାନିଧି କଲୋନୀର ଡାକ୍ତର ଶାନ୍ତି ଭୂଷଣ ପାଠୀଙ୍କ ନାଁରେ ସ୍ତ୍ରୀ ନିବେଦିତା ସାହୁ ଅଭିଯୋଗ ଆଣିଛନ୍ତି। ୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ଏହାପରେ ନିର୍ଯାତନା ଆରମ୍ଭ ହୋଇଥିବା ନିବେଦିତା କହିଛନ୍ତି।
ବିନା କୌଣସି କାରଣରେ ମାଡ଼, ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଓ ତାସହ ମାନସିକ ଭାବେ ଅକଥନୀୟ ଅତ୍ୟାଚାର ତାଙ୍କୁ ଦିଆଯାଇଥିବା ସେ କହିଛନ୍ତି। ଏପରିକି ତରକାରୀରେ ଲୁଣ କମ ହୋଇଗଲା ବୋଲି କହି ବାରମ୍ବାର ବାରମ୍ବାର ପରିବାରଲୋକଙ୍କ ସମ୍ମୁଖରେ ତାଙ୍କୁ ପିଟିଛନ୍ତି ସ୍ୱାମୀ। ଖାଲି ସ୍ୱାମୀ ନୁହଁନ୍ତି ଶାଶୂ, ଶ୍ୱଶୂର, ନଣନ୍ଦ ସମସ୍ତେ ମିଶି ତାଙ୍କୁ ଏହି ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।
ବିବାହ ବେଳେ ନିବେଦିତା ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା, ସୁନା ନେଇ ଆସିଥିଲେ। ତଥାପି ତାଙ୍କୁ ଆହୁରି ସୁନା ଆଣିବାକୁ କୁହାଯାଇଥିବା ବାଧ୍ୟ କରାଯାଉଥିବା ନିବେଦିତା ଅଭିଯୋଗ କରିଛନ୍ତି। ସେପଟେ ନିବେଦିତାଙ୍କ ଅଭିଯୋଗ ନେଇ ତାଙ୍କ ଶ୍ୱଶୂର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢନ୍ତୁ : ”ବାପା ଘରକୁ ଯିବାକୁ ଦିଅ, ନହେଲେ ଆତ୍ମହତ୍ୟା କରିବି’

You might also like