ଓଡ଼ିଆ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ ମିଳିବ ଡା. ବି.ସି. ରାୟ ଜାତୀୟ ପୁରସ୍କାର

ଭୁବନେଶ୍ୱର : ଓଡ଼ିଆ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ ମିଳିବ ଡାକ୍ତର ବିସି ରାୟ ଜାତୀୟ ପୁରସ୍କାର । ୨୦୧୭ ମସିହାର ଏହି ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ବସନ୍ତ କୁମାର ମିଶ୍ର। ମୁମ୍ବାଇ ହିନ୍ଦୁଜା ହସ୍ପିଟାଲ୍‌ରେ ନ୍ୟୁରୋସର୍ଜନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଡାକ୍ତର ବସନ୍ତ ମିଶ୍ର ।

ଭାରତୀୟ ମେଡିକାଲ କାଉନ୍‌ସିଲ ପକ୍ଷରୁ ଏହି ଗୌରବମୟ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ। ବିଶିଷ୍ଟ ମେଡିକାଲ୍ ଅଫିସର ଭାବେ ରାଷ୍ଟ୍ରପତିଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଅାନ୍ତର୍ଜାତିକ ନ୍ୟୁରୋସର୍ଜନ କାଉନ୍‌ସିଲର୍ ସମ୍ପାଦକ ଅଛନ୍ତି ଡାକ୍ତର ବସନ୍ତ ମିଶ୍ର। ଏହାସହ ଏହି କ୍ଷେତ୍ରରେ ଅନେକ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି ଡାକ୍ତର ମିଶ୍ର।

ବିଶିଷ୍ଟ ଅର୍ଥନୈତିଜ୍ଞ ବୈଦ୍ୟନାଥ ମିଶ୍ର ଏବଂ ବାସନ୍ତୀ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଡାକ୍ତର ବସନ୍ତ କୁମାର ମିଶ୍ର।

You might also like