ଥାନାରେ ଥାର୍ଡ ଡିଗ୍ରୀ ଦେଇ ସସ୍‌ପେଣ୍ଡ୍‌ ହେଲେ ଆଇଆଇସି

କେନ୍ଦୁଝର: ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି।

ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସୂଚନାଥାଉ କି, କିଛିଦିନ ତଳେ ଜମିଜମା ମାମଲାରେ ଜଣେ ଯୁବକଙ୍କୁ ଥାନାକୁ ଡାକି ଆଇଆଇସି ସନ୍ଧ୍ୟାରାଣୀ ଅମାନୁଷିକ ଭାବେ ନିର୍ଯାତନା ଦେଇଥିଲେ। ଯୁବକଙ୍କୁ ବାଡ଼ିରେ ପିଟିବା ସହ ଗୋଇଠା ପରେ ଗୋଇଠା ମାରିଥିଲେ।  ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏସ୍‌ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା।

ଏପରିକି ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୁଡୁମୀ ସେନା ପକ୍ଷରୁ ଆନ୍ଦୋଳନ ମଧ୍ୟ କରାଯାଇଥିଲା।

You might also like