ଓଡ଼ିଶାର ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଏପରି କ୍ଷେତ୍ରରେ ଦେଶର ବିମାନ ବନ୍ଦରଠାରୁ ଆରମ୍ଭ କରି ମେଟ୍ରୋ ଷ୍ଟେସନ୍‌ଗୁଡ଼ିକରେ ଆଲର୍ଟ ଜାରି କରାଯାଉଛି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି।

ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର, ଏୟାରପୋର୍ଟ, କ୍ଷେପଣାସ୍ତ୍ର ଘାଟିର ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟର ଅନ୍ୟ ସମସ୍ତ ବଡ଼ ବଡ଼ ପ୍ରତିଷ୍ଠାନକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ଏଥିସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ଏହାକୁ ଗୁରୁତ୍ୱ ଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି।

 

You might also like