ମାଗଣା ମାୟାରେ ପଡ଼ନ୍ତୁନି, ସତର୍କ ରହିବାକୁ ଡିଜିପିଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ସାଇବର କ୍ରିମିନାଲ। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି। ତେଣୁ ସାଇବର କ୍ରିମିନାଲଙ୍କ ପ୍ରତି ସତର୍କ ରହିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ବିଶେଷକରି ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ କୋଓ୍ବିନ୍, ଆରୋଗ୍ୟ ସେତୁ, ଉମଙ୍ଗ ଛଡ଼ା ଅନ୍ୟ କେଉଁଠିକୁ ନଯିବାକୁ ଡିଜିପି ସତର୍କ କରାଇଛନ୍ତି। ଏହି ୩ଟି ୱେବସାଇଟ ଛଡ଼ା ଟିକା ପାଇଁ କାହାରିକୁ ପ୍ରାଧିକୃତ କରାଯାଇନି।

ମେଡିକାଲ ଅକ୍ସିଜେନ ପାଇଁ ବି ଏବେ ଅନଲାଇନରେ ଠକ ମାତିଛନ୍ତି। ଯେଉଁଠି ଅକ୍ସିଜେନ ପାଇଁ ଆଗୁଆ ଟଙ୍କା ଦେବାକୁ କୁହାଯାଉଛି, ଚେକ୍ କରନ୍ତୁ ଏବଂ ଟେଲି ମେଡିସିନ ପାଇଁ ଯେଉଁଠି ଆଗୁଆ ପଇସା ମଗାଯାଉଛି, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅନଲାଇନରେ ଖାଦ୍ୟ ପଦାର୍ଥ ଦେବାକୁ କହି ମଧ୍ୟ ଠକେଇ ହେଉଛି। ଅନଲାଇନରେ ଯିଏ ମାଗଣା କିଛି ଅଫର ଦେଉଛି, ସେ ମାୟାରେ ପଡ଼ନ୍ତୁନି ବୋଲି ଡିଜିପି ଅଭୟ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

You might also like