କେନ୍ଦ୍ର ଆଗରେ ଓଡିଶାର ଦାବି, କୋଭିଡ୍ ପରୀକ୍ଷଣ ପାଇଁ କିଟ୍ ଯୋଗାଅ

ଭୁବନେଶ୍ୱର: ଦେଶରେ ଏବେ କରୋନା ସଂକ୍ରମଣ ଷ୍ଟେଜ୍-୩କୁ ଯାଇନାହିଁ। ଦେଶବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ର  ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି।

ନିଜ ରାଜ୍ୟରେ କରୋନାର ସ୍ଥିତି ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଧ୍ୟାନ କରନ୍ତୁ। ରାଜ୍ୟର ସହଯୋଗ ପାଇଁ କେନ୍ଦ୍ରରୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ଯଦି ଲକଡାଉନ୍ କୋହଳ ଯୋଗୁ କିଛି ଅସୁବିଧା ହେଉଥାଏ। ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀମାନେ ନିଜେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶାରେ କରୋନା ସ୍ଥିତି ସଂପର୍କରେ ଅବଗତ କରାଇବା ସହ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ବିଭିନ୍ନ ଦାବି ରଖିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ବ୍ୟାପକ ସାମ୍ପଲ ଟେଷ୍ଟ ପାଇଁ ସୁବିଧା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। କୋଭିଡ୍ ୧୯ ପରୀକ୍ଷଣ ପାଇଁ ଆବଶ୍ୟକ ପରୀକ୍ଷା କିଟ୍ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଯୋଗାଇ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଫେରିବା ପୂର୍ବରୁ ତାଙ୍କର କିପରି କରୋନା ଟେଷ୍ଟ ହେବ। ତା ଉପରେ ଧ୍ୟାନ ଦିଆଯାଉ। ଶ୍ରମିକମାନେ ରାଜ୍ୟକୁ କିପରି ଭଲ ଭାବେ ଫେରିପାରିବେ। ସେ ନେଇ ଏକ ଆନ୍ତଃରାଜ୍ୟ ଓ ଆନ୍ତଃ ସୀମା ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଉ। ସେହିପରି ଓଡ଼ିଶାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ସହ ସମନ୍ୱିତ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି ରଖିଛନ୍ତି ।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like