• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇ ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଆଜି ସକାଳ ୮ଟାରୁ ୧୦ଟା ଭିତରେ ଯେକୌଣସି ସମୟରେ ‘ଫୋନି’ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ।

ବାତ୍ୟା ‘ଫୋନି’ ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ସୂଚନା ମିଳିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୧୭୦ରୁ ୧୮୦ କି.ମି. ରହିବା ସମ୍ଭାବନା ରହିଛି। ସକାଳ ସାଢ଼େ ୬ଟା ସୁଦ୍ଧା ପୁରୀରୁ ୮୦ କିଲୋମିଟର ଓ ଗୋପାଳପୁରରୁ ୬୫ କିଲୋମିଟର ଦୂରରେ ‘ଫୋନି’ ରହିଛି।

ପୁରୀ ଆଖପାଖ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ମୁହାଁଇବ। ଏବେ ଅଧିକାଂଶ ଜଳଭଣ୍ଡାର ଖାଲି ଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହେବନାହିଁ ବୋଲି SRC ସୂଚନା ଦେଇଛନ୍ତି।

ବାତ୍ୟା ଫୋନି ପ୍ରଭାବରେ ଭୁବନେଶ୍ୱର ଓ କଟକରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର, ଏପରିକି ୧୧୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ସେହିପରି ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

Odisha-cyclonefani-to-make-landfall-in-puri123
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories