ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର: ସୁସ୍ଥ ହେଲେ ୧୯୨୭ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ଓଡ଼ିଶାରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୯୦, ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ଯାଜପୁରରୁ ୭୪, ବାଲେଶ୍ୱରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ ୩୦ ଜଣ ଆରୋଗ୍ୟ ହୋଇଛନ୍ତି।

ସେହିପରି ଭଦ୍ରକରୁ ୨୮, ନୂଆପଡ଼ାରୁ ୨୭, କଳାହାଣ୍ଡିରୁ ୨୧, ସମ୍ୱଲପୁରରୁ ୨୧, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୩, ବରଗଡ଼ରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬ ଓ ଅନୁଗୋଳରୁ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୫୦୫୦୩ ଜଣ ଆରୋଗ୍ୟ ହୋଇଛନ୍ତି।

You might also like