କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଲା। ଆଜି ରାଜ୍ୟରେ ୧୩୧୫ ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୭୪କୁ ବୃଦ୍ଧି ହୋଇଛି।

କେଉଁ ଜିଲ୍ଲାରୁ କେତେ:-

କଟକରୁ ସର୍ବାଧିକ ୧୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା- ୧୪୩, ସୁନ୍ଦରଗଡ଼- ୧୧୬, ମୟୂରଭଞ୍ଜ- ୮୭, ପୁରୀ- ୭୭, ଜଗତସିଂହପୁର- ୭୪, ବରଗଡ଼- ୬୨, ଯାଜପୁର- ୫୫, କେନ୍ଦ୍ରାପଡ଼ା- ୫୪, ବାଲେଶ୍ୱର- ୫୩, ଅନୁଗୁଳରୁ ୪୪, ବଲାଙ୍ଗିର ଓ କେନ୍ଦୁଝରରୁ ୪୨ ଲେଖାଏଁ, ନୂଆପଡ଼ାରୁ ୪୧ ସୁସ୍ଥ ହୋଇଚନ୍ତି।

ସେହିପରି ସମ୍ବଲପୁର- ୩୭, କଳାହାଣ୍ଡି- ୩୫, କୋରାପୁଟରୁ ୩୧, ଭଦ୍ରକ ଓ ନୟାଗଡ଼ରୁ ୨୩ ଲେଖାଏଁ, ସୁବର୍ଣ୍ଣପୁରରୁ ୧୯, ଢେଙ୍କାନାଳ ଓ ମାଲକାନଗିରିରୁ ୧୬ ଲେଖାଏଁ, ନବରଙ୍ଗପୁରରୁ ୧୪ ସୁସ୍ଥ ହୋଇଛନ୍ତି।

You might also like