ଆଶଙ୍କା କମୁଛି, ବଡ଼ ବିପଦ ଟଳୁଛି !

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା ନାହିଁ। ଏ ନେଇ କହିଛନ୍ତି ଏସ୍‌ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ତାଙ୍କ କହିବାନୁସାରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରିର ଆଶଙ୍କା ନାହିଁ। ଶୀତ ଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରୁଥିଲୁ, ଭାବୁଛୁ ତାହା ହେବନି। ରାଜ୍ୟରେ କରୋନା ଗ୍ରାଫ୍ ଢେର୍ ହ୍ରାସ ପାଇଛି ଜୟନ୍ତ ପଣ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନାକୁ ଯଥେଷ୍ଟ ନିୟନ୍ତ୍ରଣ କରାଯାଇ ପାରିଛି। ଟିକା ନ ଆସିବା ଯାଏଁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅତି କମରେ ଫେବ୍ରୁଆରୀ ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ଦରକାର। କିଛି ସପ୍ତାହ ମଧ୍ୟରେ ଟିକା ପାଇଯିବା ବୋଲି ଆଶା କରିଛନ୍ତି। ଏଇ ମାସରେ ହିଁ ବୋଧେ ଆମେ ଆମ ଲୋକଙ୍କୁ ଟିକା ଦେଇପାରିବା ବୋଲି ସେ କହିଛନ୍ତି।

You might also like