ଭୁବନେଶ୍ୱର: କୁହୁଡ଼ି ଚାଦର ତଳେ ସାରା ରାଜ୍ୟ। ଘନ କୁହୁଡ଼ି ଯୋଗୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତିନି ଦିନ ଧରି ଏଭଳି ଘନ କୁହୁଡ଼ି ହେଉଛି। କୁହୁଡ଼ି ଯୋଗୁ ଦୂରକୁ ଭଲ ଭାବରେ ଦେଖାଯାଉ ନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ସମ୍ଭବ ହେଉନି।
କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ପୁରୀରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି।
https://youtu.be/ttExFF5ninw