ଜିଅନ୍ତା ଜଳିଗଲେ ଦମ୍ପତି

ବ୍ରଜରାଜନଗର: ଜିଅନ୍ତା ଜଳିଗଲେ ଦମ୍ପତି। ରାମପୁରରେ କୋଇଲା ଚୁଲାରୁ ନିଆଁ ଲାଗି ପୋଡ଼ିଗଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ।

ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ରାମପୁର ଠାରେ ଥିବା ଗିରିବର ଦାଶ(47)ଙ୍କ ପତ୍ନୀ ଗୀତା ଦାଶ ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା। ମହିଳା ତଳେ ପଡିବାରୁ ମହିଳାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା।

ବଞ୍ଚାଇବାକୁ ଯାଇ ସ୍ୱାମୀ ଗିରିବର ନିଜେ ବି ଜଳିଯାଇଥିଲେ। ଉଭୟଙ୍କ ମୃତ ଦେହ ପଡିରହିଛି। ପୁଅ ଟିଉସନରୁ ଘରକୁ ଫେରିବା ପରେ ଜାଣିବାରୁ ପାଟିତୁଣ୍ଡ କରିଥିଲେ। ରାମପୁର ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

You might also like