ଓଡ଼ିଶାରେ କରୋନା ସ୍ଥିତି: ସରକାରଙ୍କ ପାଇଁ ଚିନ୍ତା ବଢ଼ାଉଛି ଏହି ୩ ଜିଲ୍ଲା

ଭୁବନେଶ୍ୱର: କରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକ୍‌ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହି ହେବ ନାହିଁ। ରାଜ୍ୟରେ ପ୍ରତ୍ୟେକ ଦିନ ଯେତେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ବିଶେଷ କରି ୩ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ୬୦ରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏସବୁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦି ଏସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମେ, ତା’ହେଲେ ରାଜ୍ୟରେ ମଧ୍ୟ ମୋଟ୍‌ ଆକ୍ରାନ୍ତଙ୍କ କମିବ ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ୍ ଭ୍ୟାନ୍‌ ବୁଲାଯାଇ କରୋନା ଟେଷ୍ଟିଂ ଲାଗି ପ୍ରସ୍ତାବ ରହିଛି। ଏ ନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତିି ନେବେ ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ କହିଛନ୍ତି।  ଏବେ ଗଞ୍ଜାମରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ‌ଆଣ୍ଟିଜେନ୍ ଟେଷ୍ଟିଂ ହେଉଛି।

ସେରୋ ସର୍ଭେଲାନ୍ସ ରିପୋର୍ଟ ଅନୁସାରେ, ଅଗଷ୍ଟରୁ ଦୈନିକ ୧୫ ହଜାର ଟେଷ୍ଟ କରିବାକୁ କୁହାଯାଇଛି। ଆଇସିଏମ୍ଆର୍‌ ଟେଷ୍ଟ ବଢ଼ାଇବା ନିଷ୍ପତ୍ତି ନେଇଛି। ସେହି ଅନୁସାରେ ରାଜ୍ୟ ସରକାର ବି ଟେଷ୍ଟ ବଢ଼ାଇବେ ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ କହିଛନ୍ତି। ତେବେ କିଛି ବ୍ୟକ୍ତି କରୋନା ସଂକ୍ରମିତ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କର ମୃତ୍ୟୁ ହେଉଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like