ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ୨୪ ଘଣ୍ଟାରେ ୮୬୮୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 

ଗତକାଲି ବିଳମ୍ବିତ ରାତିରେ ଏ ନେଇ ରାଜ୍ୟ  ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡ଼ରୁ ୪୨୩, ଅନୁଗୁଳରୁ ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡ଼ରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳ- ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ଏବଂ ଷ୍ଟେଟ୍ ପୁଲରୁ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୬୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫରିଛନ୍ତି। ସେଥିମଧ୍ୟରୁ କେବଳ ଖୋର୍ଦ୍ଧାରୁ ୮୧୯, ସୁନ୍ଦରଗଡ଼ରୁ ୬୭୩, ନୁଆପଡାରୁ ୪୨୬, ଝାରସୁଗୁଡାରୁ ୩୦୩, ବୋଲାଙ୍ଗୀରରୁ ୨୨୯, ପୁରୀରୁ ୨୨୪, ବରଗଡ଼ରୁ ୧୯୪, ସମ୍ବଲପୁରରୁ ୧୮୨, କଟକରୁ ୧୭୦, କାଲାହାଣ୍ଡିରୁ ୧୬୬, ଗଞ୍ଜାମରୁ ୧୫୪, ବାଲେଶ୍ୱରରୁ ୧୨୩, ରାୟାଗଡାରୁ ୧୦୪, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୬୯, ଯାଜାପୁରରୁ ୬୪, ଭଦ୍ରକରୁ ୬୩, କେନ୍ଦ୍ରାପଡାରୁ ୫୮, ସୋନପୁରରୁ ୫୫, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୪୫, ଗଜପତିରୁ ୪୧, ଦେଓଗଡ଼ରୁ ୩୬, ଢ଼େଙ୍କାନାଳରୁ ୩୩, କନ୍ଧମାଳରୁ ୧୮, ମାଲକାନଗିରିରୁ ୧୫,  ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୧ ଓ ଷଟେଟ ପୁଲରୁ ୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏବେ ସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଲୋକେ ସତର୍କ ହେଉ ନାହାନ୍ତି। ବିନା ମାସ୍କରେ ବୁଲୁଥିବା ଏବଂ ଭିଡ କରୁଥିବା ଦେଖିବାକୁ ମିଳିଛି। ସେଥିପାଇଁ ବିଏମ୍‌ସି ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ କରାଯାଇଛି । ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ରହୁନଥିବା, ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମ୍‌ସିର ଡେପୁଟି କମିଶନର ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାପୁଜୀ ନଗରର ଫାଷ୍ଟ ଫୁଡ ସେଣ୍ଟର, ରେଣ୍ଟାଲର ଆମିଷ ବଜାର, ରୁଚିକା ମାର୍କେଟ ଓ ଡମଣାର ଖାଦ୍ୟ ଷ୍ଟଲ, ଭିଭିଏସ୍ ନଗର ମାର୍କେଟ ମଧ୍ୟ ୪୮ ଘଣ୍ଟା ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୪୮ ଘଣ୍ଟିଆ କଟକଣା ପରେ ପରେ ଏହି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ହେବ। ତେଣୁ ଦୋକାନ ବଜାର ସୋମବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ।

You might also like