ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

ଭୁବନେଶ୍ୱର: ଖବର କାଗଜରେ ଥାନାଧିକାରୀଙ୍କ ଶାରଦୀୟ ଶୁଭେଚ୍ଛା ବିଜ୍ଞାପନ ଏବଂ ଏହି ଶୁଭେଚ୍ଛା ବାର୍ତ୍ତାରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନକୁ ନେଇ ବିବାଦ। ଏକ ବହୁଳ ପ୍ରଚାରିତ ଦୈନିକ ଖବର କାଗଜରେ ଭଦ୍ରକ ଜିଲ୍ଲା ବନ୍ତ ଥାନାଧିକାରୀ ମୀନା ବିନ୍ଧାଣୀଙ୍କ ଫଟୋ ସହ ଏକ ଶୁଭେଚ୍ଛା ବାର୍ତ୍ତା ପ୍ରକାଶିତ ହେଉଛି।

ଏଥିରେ ଭଣ୍ଡାରୀପୋଖରୀ ବିଧାୟକଙ୍କ ଫଟୋ ସହ ଶଙ୍ଖ ଚିହ୍ନ ଥିବା ଦେଖିବାକୁ ମିଳିବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ବିଜେପି ଏଭଳି ବିଜ୍ଞାପନକୁ ତୀବ୍ର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ତୁରନ୍ତ ଏହାର ତଦନ୍ତ କରି ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏନେଇ ଥାନାଧିକାରୀ ମୀନା ବିନ୍ଧାଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like