ଦେବଦୂତ ସାଜିଲେ ଜିଆର୍‌ପି କନଷ୍ଟେବଲ୍‌

ସଂଜ୍ଞାହୀନ ହୋଇ ପଡ଼ିଥିଲେ ଅଜଣା ବ୍ୟକ୍ତି

ଭୁବନେଶ୍ୱର : ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜିଆର୍‌ପି କନେଷ୍ଟବଳ ବଳରାମ ସିଂହ। ଉପସ୍ଥିତ ବୁଦ୍ଧି ସହ ପୁଲିସ୍‌ ଟ୍ରେନିଂ ବେଳେ ଆହରଣ କରିଥିବା ଜ୍ଞାନକୁ କାମରେ ଲଗାଇ ବଳରାମ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି।

ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଜଣେ ଯାତ୍ରୀ ଟ୍ରେନ୍‌ରେ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍‌ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଯାହାଫଳରେ ସେ ଅଚେତ୍‌ ହୋଇ ଷ୍ଟେସନ୍‌ରେ ପଡ଼ି ରହିଥିଲେ। ବଳରାମ୍‌ ସିଂହ ଡ୍ୟୁଟି ସାରି ଅଫିସ୍‌ରୁ ଫେରୁଥିବା ବେଳେ ଯାତ୍ରୀ ଜଣକୁ ଅଚେତ୍‌ ଅବସ୍ଥାର ଦେଖିବାକୁ ପାଇଥିଲେ।

ଏହାପରେ ସେ ସଙ୍ଗେ ସଙ୍ଗେ ଅଜଣା ବ୍ୟକ୍ତିଙ୍କ ପାଖକୁ ଯାଇ ତାଙ୍କ ଚେତା ଫେରାଇ ଆଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଲେ।

ପ୍ରାୟ ୧୦ ମିନିଟ ଯାଏଁ ବଳରାମ ତାଙ୍କୁ ଆଶୁଚିକିତ୍ସା ଯୋଗାଇ ଦେଲେ। ପ୍ରଶିକ୍ଷଣ ବେଳେ ବଳରାମ ଯାହା ଶିକ୍ଷା ପାଇଥିଲେ, ଲୋକଟିକୁ ବଞ୍ଚାଇବା ପାଇଁ ସେ ସବୁ ପ୍ରୟୋଗ କରିଥିଲେ।

କେତେବେଳେ  ଅଚେତ୍‌ ବ୍ୟକ୍ତିଙ୍କ ଛାତିରେ ଚାପ ପ୍ରୟୋଗ କରୁଥିଲେ ତ, ପୁଣି କେତେବେଳେ ଛାତିରେ ମାଲିସ୍‌ କରୁଥିଲେ। ତୁରନ୍ତ ରୋଗୀଙ୍କ ଚେତା ଫେରାଇ ଆଣିବା ପାଇଁ ବେଳେ ବେଳେ ରୋଗୀଙ୍କ ମୁହଁରେ ମୁହଁ ଲଗାଇ ଫୁଙ୍କୁ ଥିଲେ।

ଶେଷରେ ବଳରାମଙ୍କ ନିଃସ୍ୱାର୍ଥପର ସେବା ବଳରାମ ସଫଳ ହେଲା। ଅଚେତ୍‌ ହୋଇପଡ଼ିଥିବା ଯାତ୍ରୀଙ୍କର ଚେତା ଫେରିଥିଲା। ପରେ ଆମ୍ବୁଲାନ୍‌ସ ଯୋଗେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଜିଆର୍‌ପି କନେଷ୍ଟବଳଙ୍କ ନିଃସ୍ୱାର୍ଥପର ସେବା ତାଙ୍କୁ ଚର୍ଚ୍ଚାକୁ ଆଣିଛି।

କନେଷ୍ଟବଳଙ୍କ ଏଭଳି ନିଃସ୍ୱାର୍ଥ ସେବା ସହ ଉପସ୍ଥିତ ବୁଦ୍ଧି ଓ ଟ୍ରେନିଂର ସଦ୍‌ ବିନିଯୋଗ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ରେଳବାଇ ଏଡିଜି ପ୍ରାଣବିନ୍ଧୁ ଆଚାର୍ଯ୍ୟ ବଳରାମଙ୍କୁ ଧନ୍ୟବାଦ ଦେବା ସହ ଅନେକ ପ୍ରସଂଶା କରିଛନ୍ତି। ଏହା ସହିତ ସେ ତାଙ୍କୁ ଏକ ହଜାର ଟଙ୍କା ପୁରସ୍କାର ମଧ୍ୟ ଦେଇଛନ୍ତି।

ବଳରାମଙ୍କ ଭଳି ସମସ୍ତେ କର୍ତ୍ତବ୍ୟରତ ଜିଆର୍‌ପି କର୍ମଚାରୀ ଲୋକଙ୍କୁ ଆବଶ୍ୟକ ସମୟରେ ସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

You might also like