ନିର୍ବାଚନକୁ ନେଇ କଂଗ୍ରେସର ଅଙ୍କକଷା

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସର ଅଙ୍କକଷା। ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଥିବା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଦଳ ଟିକେଟ୍ ବଣ୍ଟା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ଜିତେନ୍ଦ୍ର।

ଏହି ଅବସରରେ ସେ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ଜିତେନ୍ଦ୍ର କହିଛନ୍ତି, କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନଙ୍କ ସରକାର ବିଦା ହେବା ଉଚିତ୍। ଏବେ ଓଡ଼ିଶାରେ କୁଶାସନ କାୟା ବିସ୍ତାର କରିଛି। ଯାହାକୁ କଂଗ୍ରେସ ନିର୍ବାଚନରେ ବିରୋଧ କରିବ ବୋଲି ଜିତେନ୍ଦ୍ର କହିଛନ୍ତି।

ନବ ଦାସଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଦଳ ଛାଡ଼ିବାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜିତେନ୍ଦ୍ର। ଦଳରେ ଆୟାରାମ ଗୟାରାମଙ୍କ ପାଇଁ କୌଣସି ଚିନ୍ତା ନାହିଁ, ଦଳ ନିକଟରେ ବିକଳ୍ପ ରହିଛି ବୋଲି ସେ କହିଛନ୍ତି। ଜିତେନ୍ଦ୍ରଙ୍କ ଅଭିଯୋଗକୁ ନେଇ ବିଜେଡି ଓ ବିଜେପିର ପ୍ରତିକ୍ରିୟା ମିଳିପାରିନି।

You might also like